ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କଟକ ଜିଲ୍ଲା, ଅନ୍ତର୍ଗତ ନିଆଳି ମହୋତ୍ସବକୁ ନେଇ ଦ୍ଵନ୍ଦ । ପ୍ରତିବର୍ଷ ପରି ନିଆଳି ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ। ଓଡିଶା ତଥା ଓଡିଶା ବାହାରୁ ବହୁ ନାମିଦାମୀ କଳାକାରଙ୍କ ଆସି ଏଥିରେ କଳା ପ୍ରଦର୍ଶନ କରିଥାଆନ୍ତି । ଚଳିତ ବର୍ଷ ହେବାକୁ ଥିବା ନିଆଳି ମହୋତ୍ସବ ଗତ ଫେବୃଆରୀ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥାଆନ୍ତା । ହେଲେ ଏ ନେଇ ନିଆଳି ମହୋତ୍ସବ କମିଟିର ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ନିଆଳି ମହୋତ୍ସବକୁ ୨୦ ଦିନକୁ ଘୁଞ୍ଚାଇ ଦିଆଯାଇଛି ।

କାରଣ ହେଲା ନିଆଳି ମହୋତ୍ସବର ମୁଖ୍ୟ ମାର୍ଗଦର୍ଶକ ତଥା ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ଏଵଂ ଜୈବିକ କୃଷିବିତ୍ ନଟବର ଷଡଙ୍ଗୀଙ୍କ ପରଲୋକ ଗମନ ନେଇ ଦୁଃଖ ପ୍ରକାଶ କରାଯିବା ସହ ଏହି ମହୋତ୍ସବକୁ ସ୍ଥଗିତ ରଖାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଏହି ମହୋତ୍ସବ ଫେବୃଆରୀ ମାସ ଶେଷ ସପ୍ତାହରେ କରାଯିବ ବୋଲି ସ୍ଥିର କରାଯାଇଛି ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସୌମ୍ୟରଞ୍ଜନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ସ୍ଵାଇଁ, ଟୁଟୁ ମଲ୍ଲିକ, ସାମ୍ବାଦିକ କାଳନ୍ଦୀ ସ୍ଵାଇଁ , ଅକ୍ଷୟ ସେନାପତି,ପ୍ରମୁଖଙ୍କ ସମେତ ଅନାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।














