No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି କହିଥିଲେ ଭାରତ ଦେଶ ଏକ ଘଡି ସନ୍ଦି ମୁହୂର୍ତ୍ତ ଦେଇ ଗତି କରୁଛି । ଦେଶର ଅଖଣ୍ଡତା ଓ ସମ୍ବିଧାନ ପ୍ରଣେତାମାନଙ୍କ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗାୟତ୍ରୀ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପୁରୁଷ ଅଧିକାରୀ ନରେଶ କୁମାର ବେହେରା,

ମହିଳା ଏନ୍.ସି.ସି ବାହିନୀର ଅଧିକାରିଣୀ ଅଧ୍ୟାପିକା ସାଗରିକା ଦାସ, ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ , ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଯୋଗୀନାଥ ମଳିକ, ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ, ରେଡକ୍ରସ ଅଫିସର ଅଧ୍ୟାପିକା ସରସ୍ୱତୀ ଦେଉରୀ, ଡକ୍ଟର ଶ୍ରୀକାନ୍ତ ଦାଶ, କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଡକ୍ଟର ପ୍ରଦୀପ କୁମାର ଦେବତା, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ ପ୍ରମୁଖ ଯୋଗଦାନ କରି ସାଧାରଣତନ୍ତ୍ର ଦିବସ ପାଳନକୁ ସଫଳ କରିଥିଲେ । ଏହିି ଅବସରରେ କଲେଜ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

No Result
View All Result