ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ରାଜବୋଡାସମ୍ବର ବ୍ଲକର ବରିକେଲ ପଂଚାୟତ ଚାରପାଲି ଗ୍ରାମ ରେ ମନରେଗା କାମରେ ବ୍ୟପକ ଦୁନିର୍ତି ହୋଇଥିବା ଗ୍ରାମବାସୀ ଅଭିଜୋଗ କରିଛନ୍ତି। ଚଳିତ ୨୦୨୦–୨୧ କାର୍ଯ୍ୟ ବର୍ଷ ପ୍ରକଳ୍ପ ଅଟକଳ ପରିମାଣ ପାଂଚ ଲକ୍ଷ ଟଙ୍କା ହୋଇଥିବା ବେଳେ ମାଟି କାର୍ଯ୍ୟ କରିଥିବା ଶ୍ରମିକ ନିଜ ଉଚ୍ଚିତ ପାରିଶ୍ରମିକ ପାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଗ୍ରାମ ରେ ମରେଗା କାମ ସରି ଦିର୍ଘ ପାଂଚ ମାସ ବିତି ଜାଇଥିଲେ ହେଁ ଗରିବ ଶ୍ରମିକ ଖାତାଧରି ଆକାଉଣ୍ଟରେ ପଇସା ପଡିବ ବୋଲି ଅପେକ୍ଷାରେ। ପ୍ରାୟ ସମସ୍ତଙ୍କ ଜବ କାର୍ଡ ମାନ ଖାଲି ଥିବା ବେଳେ ଆକାଉଣ୍ଟ ମାନଙ୍କୁ ଦୋଶ ମେଣ୍ଟାଇବା ଭଳି ପାରିଶ୍ରମିକ ବାବଦକୁ କେବଳ ୨୦୦୦, ୩୦୦୦ ଟଙ୍କା ପକାଇ ଦେଇଛନ୍ତି। ଗ୍ରାମ ସାଥି ଇନ୍ଦ୍ରଜିତ ଦୋରା ଏବଂ ସଞ୍ଜିବ ମୁନା ଙ୍କ ପାଖ ରେ ଥିବା ହାଜିରି ଖାତାରେ ପ୍ରାୟ ୧୫ ରୁ ୨୦ ଜଣ ଶ୍ରମିକଙ୍କର ନାମ ମଧ୍ୟ ନଥିବା କିନ୍ତୁ
ସେମାନଙ୍କୁ ଶ୍ରମ ରେ ନିୟୋଜିତ କରା ଜାଇଥିବା ମଧ୍ୟ ଜଣା ପଡିଛି। ସେଥି ମଧ୍ୟରେ ନରେଶ ନାୟକ ୧୨ ଦିନ, ଅଶ୍ବିନି ସାହୁ ୧୪ ଦିନ, ଆର୍ତ ତ୍ରାଣ ୦୮ ଦିନ , ହିରା ଚୋହାନ ,୦୮ ଦିନ, ବନିତା ସାହୁ ୧୪ ଦିନ, ବେଟିଖାଇ ସାହୁ ୨୦ ଦିନ, ଜାନକି ସାହୁ ୧୫ ଦିନ, ଏପରି ଅନେକ ଶ୍ରମିକ କାମ କରିଥିଲେ ମଧ୍ୟ ପାରିଶ୍ରମିକ ପାଇଁ ଲେଖା ହୋଇଥିବା ହାଜିରି ଖାତାରେ ନାମ ନଥିବାର ଦେଖିବାକୁ ମିଳିଛି। ଏପରି କି ବିକଳାଙ୍ଗ ଭଜ ସାହା ଙ୍କ ସ୍ତ୍ରୀ ମାଟି ବୋହି ଥିବା ବେଳେ ତାଙ୍କ ଆକାଉଣ୍ଟରେ ଜମା ରାଶିରୁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଜୋଗ କରିଛନ୍ତି। ଅନ୍ୟ ପଟେ କାମ ନକରି କିଛି ଜଣଙ୍କ ଆକାଉଣ୍ଟରେ ୧୦ ରୁ ୧୫ ହଜାର ଟଙ୍କା ଯାଏ ଜମା ହୋଇଥିବା ଗ୍ରାମ ବାସି ଅଭିଯୋଗ କରୁଛନ୍ତି। ଏହାକୁ ନେଇ ବର୍ତମାନ ଗ୍ରାମ ବାସୀ ଙ୍କ ମନରେ ଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ଗ୍ରାମ ରୋଜଗାର ସେବକ ପ୍ରଦିପ ପଧାନ ଉକ୍ତ ଅଭି ଯୋଗ କୁ ଖଣ୍ତନ ସହ ଆକାଉଣ୍ଟରେ ପଇସା ପଡିଥିବାର କହିଥିବା ବେଳେ ପରେ ପୁଣି କିଛି ଶ୍ରମିକ ଙ୍କ ଜବ କାର୍ଡ ଏଣ୍ଟ୍ରି ରେ ଜାନ୍ତ୍ରୀକ ତୃଟି ଯୋଗୁଁ ଆକାଉଣ୍ଟରେ ପଇସା ପଡି ନପାରି ଅନ୍ୟ ଆକାଉଣ୍ଟରେ ପଇସା ପକାଇ ତାକୁ ବୁଝାମଣା ମୁତାବକ ପରିଶ୍ରମିକ ଦିଆ ଜାଇଥିବାର କହିଛନ୍ତି ।
ସମଗ୍ର କଥା କୁ ଦେଖିଲା ପରେ ଜବକାର୍ଡ ରେ ଟଙ୍କା କାହିଁକି ନପଡି ଅନ୍ୟ ଆକାଉଣ୍ଟରେ ପଡିଲା ? କେଉଁ କାରଣ ରୁ କାମ ନ କରିଥିବା ଲୋକ ଙ୍କ ଆକାଉଣ୍ଟକୁ ମଧ୍ୟ ପାରିଶ୍ରମିକ ଦିଆଗଲା ? କୋଉ ହିସାବ ରେ ବିନା ଜାଂଚ ରେ ଗୋଷ୍ଠି କାର୍ଯ୍ୟଳୟ ଅଧିକାରୀ ଏହି କାର୍ଯ୍ୟ କୁ ସ୍ବିକୃତି ଦେଲେ ? ଭଳି ବହୁ ପ୍ରଶ୍ନ ବର୍ତମାନ ବୁଦ୍ଧି ଜିବି ମହଲ ରେ ଚର୍ଚ୍ଚାରେ ଥିବା ବେଳେ, ରାଜ ବୋଡା ସମ୍ବର ବ୍ଲକ ରେ ହେଉଥିବା ଏହି ପରି ବହୁ ଦୁର୍ନିତି ଯୋଗଁୂ ଆଗକୁ ସରଳ ଓ ଖଟିଖିଆ ଶ୍ରମିକ ମାନଙ୍କର ସରକାରଙ୍କ ଉପରୁ ଭରୋସା ଉଠିବାରେ ଲାଗୁଥିବାର ଜନ ସାଧାରଣ ରେ ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)