ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-ଟିକ୍ରାପଡା ଗ୍ରାମର ସାଇ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଶ୍ରୀ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦର ଆନୁକୂଲ୍ୟରେ ଏକ ଭବ୍ୟ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୧୦ଟା ସମୟରେ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିବା ବେଳେ ୧୧ଟା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବାବା କୋଶଳେଶ୍ୱରଙ୍କ ପୂଜାର୍ଚନା ସମ୍ପନ୍ନ ହୋଇଥିଲା। ପରେ ୧୨ଟା ସମୟରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ତାଙ୍କର ଅଭିଭାଷଣ ଓ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦର ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ପୁଟେଲ ଯୋଗଦେଇଥିବା ବେଳେ, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସୁବାଷ ପୁଟେଲ, ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ମକୁନ୍ଦ ପୁଟେଲ, ଜିଲ୍ଲା ଯୁବ ସଂଘ ସଭାପତି ଶ୍ରୀଯୁକ୍ତ ରାଜୁ ପୁଟେଲ, କଣ୍ଟାବାଞ୍ଜି ଅଞ୍ଚଳ ସମ୍ପାଦକ ଶ୍ରୀଯୁକ୍ତ ପ୍ରମାନନ୍ଦ ପୁଟେଲ, ବଙ୍ଗୋମୁଣ୍ଡା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ପହଲେଶ୍ୱର ପୁଟେଲ ଓ ସମ୍ପାଦକ ଶ୍ରୀଯୁକ୍ତ ଗଦନ ପୁଟେଲ, ଯୁଗୀମୁଣ୍ଡା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ନାରାୟଣ ପୁଟେଲ, ଚଟୁଅଙ୍କା ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ପୁଟେଲ ଓ ଗନ୍ଧାରବନ୍ଦ ଅଞ୍ଚଳ ସଭାପତି ଉପସ୍ଥିତ ଥିଲେ।
ଅତିଥିମାନଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ, ଟିକ୍ରାପଡା ଅଞ୍ଚଳ କମିଟି ଗଠନ କରାଯାଇଥିଲା। ନୂତନ କମିଟିରେ ସଭାପତି ଭାବେ ଶ୍ରୀଯୁକ୍ତ ଲିଙ୍ଗରାଜ ପୁଟେଲ, ସମ୍ପାଦକ ଶ୍ରୀଯୁକ୍ତ ଲୁଚନ ପୁଟେଲ, ଉପସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣି ପୁଟେଲ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶଙ୍କର ପୁଟେଲ, ସହସମ୍ପାଦିକା ଶ୍ରୀମତୀ ଧନଦେଇ ପୁଟେଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ପୁଟେଲ, ସମୀକ୍ଷକ ଶ୍ରୀଯୁକ୍ତ ଅମିଳ ପୁଟେଲ ଓ ସଂଯୋଜକ ଭାବେ ଶ୍ରୀଯୁକ୍ତ ରତ୍ନାକର ପୁଟେଲଙ୍କୁ ଚୟନ କରାଯାଇଥିଲା। ନୂତନ କମିଟି ସଦସ୍ୟମାନଙ୍କୁ ଶାନ୍ତି-ଶୃଙ୍ଖଳା ମଧ୍ୟରେ ଶପଥ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମ ଅବସରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବ୍ୟକ୍ତିମାନଙ୍କର ସୁପୁତ୍ରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ମହଖଣ୍ଡ ଓ ଟିକ୍ରାପଡା ଗ୍ରାମ କମିଟିର ବହୁ ସଦସ୍ୟ ଯଥା ଶ୍ରୀଯୁକ୍ତ ବିଶେଶ୍ୱର ପୁଟେଲ, ପୁରନ୍ଦର ପୁଟେଲ, ହୃଦେଶ୍ୱର ପୁଟେଲ, ରାମଲାଲ ପୁଟେଲ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ଚମ୍ପେଶ୍ୱର ପୁଟେଲ, ବିଦ୍ୟାଧର ପୁଟେଲ, କ୍ଷୀରସିନ୍ଧୁ ପୁଟେଲ, ଶ୍ୟାମସୁନ୍ଦର ପୁଟେଲ ଓ ଅମରବିଳାସ ପୁଟେଲ ଉପସ୍ଥିତ ଥିଲେ। ଶେଷରେ ଶ୍ରୀଯୁକ୍ତ ଅମିଳ ପୁଟେଲ ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ।














