ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ ବନ୍ଧ ହିଡକୁ ଲାଗି ରହିଥିବା ସରକାରୀ ଜମି ଉପରେ ଏବେ କିଛି ଅସାଧୁ ବ୍ୟକ୍ତିଙ୍କ ନଜର ବେଆଇନ ଆଧିପତ୍ୟ ସ୍ଥାପନ କରିଛନ୍ତି । ବ୍ରାହ୍ମଣୀ ବନ୍ଧ ର ପୂର୍ବ ଦିଗସ୍ଥ ସର୍ବ ସାଧାରଣ ରାସ୍ତା ମେଜର ବନ୍ଦୋବସ୍ତ ଖାତା ନଂ– ୧୩୧୯ ପ୍ଲଟ ନଂ ୧୬୪୨ ରୁ ରକବା ୦.୧/୨ ଡିସମିଲ ଏବଂ ପ୍ଲଟ ନଂ– ୧୬୪୩ ରୁ ରକବା ୦.୦୩ ଡି. ସଡକ ମୋଟ ରକବା ୦.୩ ୧/୨ ଡି. ଜମି କୁ କେତେ ଜଣ ବ୍ୟକ୍ତି ଜବର ଦଖଲ କରିଛନ୍ତି । ଏ ନେଇ ସରକାରୀ କତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କରାଯାଇଥିଲା ହେଲେ କୌଣସି ରାଜନୈତିକ ଚାପ ନା ପ୍ରଶାସନର ବ୍ୟକ୍ତିଗତ କୌଣସି ଲାଭ ଯୋଗୁଁ ଏହି ଅଭିଯୋଗ କୁ କର୍ଣପାତ କରା ଯାଉନାହିଁ ତାହା ଏକ ଚର୍ଚ୍ଚାର ବିଷୟ ।
ବର୍ଷା ଦିନରେ ବନ୍ଧ ଆଖପାଖ ରେ ଥିବା ଘର ଗୁଡାକ ପାଣି ଘେରରେ ରହୁଛି । ଯାହାଫଳରେ ବନ୍ଧର ମଇଳା ପାଣି ଏବଂ ଡ୍ରେନ ପାଣି ଘର ଭିତରକୁ ପଶି ଲୋକେ ବହୁ ପ୍ରକାର ହଇରାଣ ହେଉଛନ୍ତି । ଯଦି ଏହି ବନ୍ଧର ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେବ ତାହେଲେ ଏ ରାସ୍ତା ଦେଇ ସାପ୍ତାହିକ ଓ ଦୈନନ୍ଦିନ ବଜାର, ଡାକ୍ତରଖାନା, ଡାକଘର, କଚେରୀ ଓ ବାଳକ ବିଦ୍ୟାଳୟକୁ ତଥା ପଦ୍ମପୁରରୁ ଯାଇଥିବା ବରଗଡ ମୁଖ୍ୟ ରାସ୍ତାକୁ ଲୋକେ ସହଜରେ ଅଳ୍ପ ସମୟ ମଧ୍ୟରେ ଯାତାୟତ କରିପାରିବେ । ବିଶେଷ କରି ମହିଳା, ନାବାଳକ, ଛାତ୍ର ଛାତ୍ରୀ ଓ ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ ସୁବିଧା ହେବ । ଏ ନେଇ ଅଂଚଳ ବାସି ତଥା ବୁଦ୍ଧିଜିବି ମାନେ ତା ୨୩ . ୦୫.୨୦୧୭ ତତ୍କାଳୀନ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଉପଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ତହସିଲଦାର ପଦ୍ମପୁର ଏବଂ ରାଜସ୍ବ ନିରିକ୍ଷକ ପଦ୍ମପୁର ସୀମା ନିର୍ଦ୍ଧାରଣ ରିପୋର୍ଟ ଦେଇ ସାରିଥିବା ସ୍ଥଳେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଏହି ସରକାରୀ ଜମୀକୁ ଜବରଦଖଲକାରୀ ମାନେ ଆରାମରେ ନିଜ ନିଜ ବାସଗୃହ ନିର୍ମାଣ କରି ଚାଲିଛନ୍ତି। ଏହି ବିଷୟରେ ପଦ୍ମପୁର ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁଙ୍କ ମତାମତ ନିଆଯିବାରୁ ସେ ଏହି ସମସ୍ତ ବିଷୟରେ ଉପଜିଲ୍ଲାପାଳ ପଦ୍ମପୁର ଙ୍କ ସହିତ ଆଲୋଚନା କରି ଯଥୋଚିତ ପଦକ୍ଷେପ ନେଇ ଏହି ସ୍ଥାନର ପୁନରୁଦ୍ଧାର ଓ ସୈାନ୍ଦର୍ଯ୍ୟୀକରଣ ପ୍ରତି ଧ୍ୟାନ ଦେବେ ବୋଲି ଜଣାଇଛନ୍ତି । ଯଦି ଏହି ବ୍ରାହ୍ମଣୀବନ୍ଧ ର ନିର୍ମାଣ ହୁଏ ତାହେଲେ ଯାତାୟତ ତଥା ଅଂଚଳ ବାସୀ ଏହାର ଲାଭ ଉଠାଇ ପାରିବେ ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି । (ରିପୋର୍ଟ – ନିରୋଜ କୁମାର ପାଣୀ)