ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ନୟାଗଡ :- ନୟାଗଡ ଜିଲ୍ଲାର ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଉଜୁଳାଙ୍ଗ ଗ୍ରାମର ଦିନ ମଜୁରିଆ ଚୟା ନାୟକ ଏବଂ ମଞ୍ଜୁଲତା ନାୟକଙ୍କ ୨0 ବର୍ଷୀୟ ପୁଅ ମାନସ ତାକୁ ୬ ବର୍ଷ ହୋଇଥିବାବେଳୁ କୌଣସି ଦୁରାରୋଗ୍ୟ ରୋଗରେ ଦୀର୍ଘଦିନ ପୀଡିତ ହୋଇ ନିଜ ଚାଳିଆ ଘରେ ଜୀବନ ସହ ସଂଗ୍ରାମ କରୁଥିବା ଖବର ପାଇଲୁ |
ଏ ଖବର ପାଇ ବିଶିଷ୍ଟ ସମାଜ ସେବୀ ଦାମ ସାରଙ୍କ ସହ ଯୁବ ସାମାଜିକ କର୍ମୀ ସୁଧାଂଶୁ ରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରାମକୃଷ୍ଣ ରଥ ତାଙ୍କ ଘରକୁ ଯାଇ ଗରିବ ଲୋକକୁ ସେଥିରେ ଦୁରାରୋଗ୍ୟ ବ୍ୟାଧି ଦେଖି ବ୍ୟଥିତ ହେଲୁ ଏପରିକି ଦାମ ସାର ସଂଗେ ପନ୍ଦର ସହ ଟଙ୍କାର ଆର୍ଥିକ ସହଯୋଗ ସହ ସାଙ୍ଗରେ ନେଇଥିବା ବିସ୍କୁଟ ବଣ୍ଟନ କଲୁ ଏବଂ ମାନସର ଦୀର୍ଘ ଆଉ ନିରାମୟ ଜୀବନ ମହାପ୍ରଭୁଙ୍କ ନିକଟରେ କାମନା କଲୁ|ତେବେ ଏ ସହଯୋଗ ମାନସ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ, ତେବେ ଏହା ମାଧ୍ୟମରେ ସମସ୍ତଙ୍କୁ ନିବେଦନ ଆସନ୍ତୁ ସମସ୍ତେ କିଛି କିଛି ଆର୍ଥିକ ସହାୟତା ମାନସର ଗ୍ରାମକୁ ନିଜେ ଯାଇ ତାର ପରିବାରକୁ ପ୍ରଦାନ କଲେ ମାନସର ଚିକିତ୍ସାରେ ସହାୟକ ହୁଅନ୍ତା | (ରିପୋର୍ଟ -ରାମକୃଷ୍ଣ ରଥ)