No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନୀଉଜ) ନି ପ୍ର:- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସ୍ଥାନୀୟ କାର୍ଯ୍ୟାଳୟ ଠାରେ ହି ଦୁଇ ବୀର ପୁତ୍ର ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ପ୍ରଜ୍ମାଲନ କରାଯାଇଥିଲା ।

ପରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସମ୍ପାଦକ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଓ ବୀର ଗାଥା ଉପରେ ବକ୍ତବ୍ୟ ଦେଇଥିଲେ । ସେହିପରି ଧର୍ମ ଜାଗରଣ ପ୍ରାନ୍ତି ସଂଯୋଜକ ବିକ୍ରମ ଆଚାର୍ଯ୍ୟ ସଭାରେ ଉପସ୍ଥିତ ରହି ଦୁଇ ବୀର ପୁରୁଷ ଙ୍କ କଥା କହିବା ସହ ଓଡ଼ିଶାରେ କେମିତି ବୀର ସୁରେନ୍ଦ୍ର ସାଏ ଇଂରେଜ ମାନଙ୍କୁ ପଶିବାରେ ରୋକିଥିଲେ ଓ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ।
ଆଜିର ଏହି ଜୟନ୍ତୀ ପାଲନ ସମୟରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ପୁଷ୍ପକେତୁ ବେହେରା,କୈଳାଶ ଦୀପ, ରୋହନ ମହତ, ରାଜୁ ଶର୍ମା, ରାଜୁ ବାରିକ, ପ୍ରକାଶ ପଧାନ, ନିଶିକାନ୍ତ ମହାପାତ୍ର, ଧର୍ମାନନ୍ଦ ଜୁଏଡ଼, ତୁଳସୀ ଜଗତ, ପରମାନନ୍ଦ ପୁଟେଲ, ସୋମନାଥ ସାହୁ, ବିମଲ ହାତୀ, ମୋହନ ସୁନା ପ୍ରମୁଖ ସାମିଲ ହୋଇଥିଲେ ।

No Result
View All Result