No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନୀଉଜ) ନି ପ୍ର:- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧନସିଂ ମାଝୀ, ସିଆରସିସି, ମାନ୍ଦଲା, ଶିକ୍ଷକ ମନୋଜ ତାଣ୍ଡୀ, ଅଲେଖ ବନଗୋଲା,
ଶ୍ୟାମ ସୁନ୍ଦର ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ସୁବାସ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପ ଓ ଦୀପ ପ୍ରଦାନ କରିଥିଲେ । ଛାତ୍ରୀ ତୃଶ୍ରିତା ସିଂ ମାଝୀ, ଜତୀନ ସିଂ ମାଝୀ ବକ୍ତବ୍ୟ ପ୍ରଦାନ କରିଥିଲେ ।
ତାପରେ ବିଦ୍ୟାଳୟରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ସମସ୍ତେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭବାନୀ ମାଝୀ, ଲଳିତା ମାଝୀ, କମିଟି ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

No Result
View All Result