• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାରୁ ଜମାରାଶି ଅନୁପାତରେ ୪୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଦାବି କଲା କଳିଙ୍ଗସେନା – ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି

Proprietor Abhimanyu Maharana by Proprietor Abhimanyu Maharana
January 25, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଓଡିଶାରୁ ଜମାରାଶି ଅନୁପାତରେ ୪୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଦାବି କଲା କଳିଙ୍ଗସେନା – ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି
Share on FacebookShare on TwitterWhatsapp

ଜମା ସଂଗ୍ରହ ଓ ଋଣ ଯୋଗାଣ ଉପରେ ପଞ୍ଚାୟତୱାରୀ ଶ୍ୱେତପତ୍ର ପ୍ରକାଶ କର ।

ଓଡିଶା ଜମାକୁ ଅନ୍ୟ ରାଜ୍ୟରେ ଖଟାଇଲେ ବିରୋଧ କରାଯିବ ।

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-  ଓଡିଶାରୁ ୫ ବର୍ଷ ଭିତରେ ୩୦ ଲକ୍ଷ କୋଟି ଟଙ୍କାର ଜମା ରାଶି ସଂଗ୍ରହ କରୁଥିବା ବ୍ୟାଙ୍କମାନେ ରାଜ୍ୟର ପ୍ରତି ପଞ୍ଚାୟତରେ ଅତି କମରେ ୧୦୦ ଜଣ ଯୁବକ ଯୁବତୀଙ୍କୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରନ୍ତୁ । ଏହି ଋଣ ପାଇବା ପାଇଁ ସରକାର ଗ୍ୟାରେଣ୍ଟର ପଡନ୍ତୁ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ଋଣ ପାଇଁ ବ୍ୟାଙ୍କ ମାନେ ମୂଳଧନ ଜମା ବ୍ୟବସ୍ଥାର ଉଚ୍ଛେଦ କରିବାକୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଦାବି କରିଛନ୍ତି କଳିଙ୍ଗ ସେନା ସାଧାରଣ ସମ୍ପାଦକ ରାଧାମୋହନ ପଟ୍ଟନାୟକ,

ବିଜୟ ରାଜ, ଇଂ ମନୋଜ ନାୟକ, ସୁମନ୍ତ ସ୍ୱାଇଁ,ଅମୂଲ୍ୟ ନାୟକ,ଉପ ସଭାପତି ଅବଦୁଲ କୟୁମ ଖାନ, ହିମାଶୁଂ ନାୟକ, ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ, ସମ୍ପାଦକ ଅଶୋକ ସାହୁ, ନାରୀ ନେତ୍ରୀ ମୋନାଲିଶା ବିଶ୍ୱାଳ ପ୍ରମୁଖ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡିଶାରେ ନିଜର ଶାଖା ଖୋଲିଥିବା ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କମାନଙ୍କ ଜମା ସଂଗ୍ରହ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ହେଲେ ଏମାନେ ଜମା ସଂଗ୍ରହ ଅନୁପାତରେ ଓଡିଶାର ବେକାର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବାକୁ ହେଉ କିମ୍ବା ପାଠ ପଢିବାକୁ ହେଉ ଋଣ ପ୍ରଦାନ କରୁନାହାଁନ୍ତି ।

ଓଡିଶାରୁ ସଂଗ୍ରହ କରୁଥିବା ବିପୁଳ ପରିମାଣର ଜମାକୁ ଅନ୍ୟ ରାଜ୍ୟରେ ଖଟାଇ ମାଲେ ମାଲ ହେଉଛନ୍ତି । ଓଡିଶାରେ ଯେଉଁ ଋଣ ଦେଉଛନ୍ତି ତାହାର ସିଂହ ଭାଗ ଘର ଋଣ, ଗାଡି ଋଣ ନହେଲ ଶିଳ୍ପପତିଙ୍କୁ ଋଣ । କୃଷି ଋଣ, କ୍ଷୁଦ୍ର ବ୍ୟବସାୟ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ସ୍କିମ ଗୁଡିକରେ ଋଣ ଦେବା ପାଇଁ ଏମାନେ ପଛଘୁଞ୍ଚା ଦେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏମାନଙ୍କ ଠାରୁ କେତକ ଅଣ ଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ମୋଟା ଅଙ୍କର ଋଣ ନେଇ କିଛି କମ୍ପାନୀ ଓଡିଶା ଛାଡି ପଳାଉଛନ୍ତି ।

  1. ପ୍ରତି ପଞ୍ଚାୟତରେ ୧୦୦ ଜଣ ଯୁବକଙ୍କୁ ବିନା ବନ୍ଧକରେ ବ୍ୟାଙ୍କ ରୁଣ ପ୍ରଦାନ କରିବା ଦାବିରେ ଆଜି କଳିଙ୍ଗ ସେନାର ଭୁବନେଶ୍ୱର ଠାରେ ବିଶାଳ ଶୋଭାଯାତ୍ରା, ଏଥିରେ ୩୦୦।ଶହରୁ ଉର୍ଦ୍ଧ୍ବ କଳିଙ୍ଗ ସୈନିକ ଯୋଗ ଦେଇଥିଲେ

ତେଣୁ ବ୍ୟାଙ୍କମାନେ ତୁରନ୍ତ ଓଡିଶାର ବେକାର ଯୁବକମାନଙ୍କୁ ପଞ୍ଚାୟତ ସ୍ତରରେ ଋଣ ପ୍ରଦାନର ବ୍ୟବସ୍ଥା କରନ୍ତୁ । ସରକାର ଏହି ଋଣ ପାଇଁ ଗ୍ୟାରେଣ୍ଟର ପଡନ୍ତୁ । ଯୁବକ ଯୁବତୀମାନେ କିଭଳି ସହଜରେ ଓ ସରଳ ଭାବେ ଋଣ ପାଇବେ ଉଭୟ ସରକାର ଓ ବ୍ୟାଙ୍କ ସେଥିପାଇଁ ବ୍ୟବସ୍ଥା କରନ୍ତୁ । ଗତ ୫ବର୍ଷ ମଧ୍ୟରେ ରାଜ୍ୟର କେଉଁ ବ୍ୟାଙ୍କ କେଉଁ ଜିଲ୍ଲାର କେତେ ଯୁବକ ଯୁବତୀଙ୍କୁ ଋଣ ପ୍ରଦାନ କରିଛନ୍ତି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ତାହା ଉପରେ ଏକ ଶ୍ୱେତପତ୍ର ଜାରି କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ବ୍ୟାଙ୍କମାନେ ଓଡିଶାରୁ ୩.୮୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିଥିବା ବେଳେ ୨୦୨୧-୨୨ ବର୍ଷରେ ଏହା ୪ଲକ୍ଷ ୩୦ହଜାର କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୨-୨୩ ବର୍ଷରେ ଏହା ୪ଲକ୍ଷ ୬୦ହଜାର କୋଟି ଟଙ୍କାକୁ ଟପିଥିବା ବେଳେ ୨୦୨୩-୨୪ ରେ ତାହା ୫ଲକ୍ଷ ୨୭ହଜାରକୁ ଅତିକ୍ରମ କରିଥିଲା । ୨୦୨୪-୨୫ରେ ଏହା ପାଖପାଖି ୬ଲକ୍ଷ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥôକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ବ୍ୟାଙ୍କମାନେ ଓଡିଶାରୁ ୬,୧୬,୮୧୮ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରି ସାରିଲେଣି ।

ବ୍ୟାଙ୍କଗୁଡିକ ଯେଉଁ ହାରରେ ଓଡିଶା ବଜାରରୁ ପୁଞ୍ଜି ସଂଗ୍ରହ କରୁଛନ୍ତି ସେହି ଅନୁପାତରେ ପ୍ରାଥମିକତା କ୍ଷେତ୍ରକୁ ଋଣ ପ୍ରଦାନ କରୁନାହାଁନ୍ତି । ଏ କ୍ଷେତ୍ରରେ ସବୁଠାରୁ ଆଗରେ କୃଷି ଥିବା ବେଳେ ଏମଏସଏମଇ, ଶିକ୍ଷା ସମେତ ଆଉ କିଛି ଅଗ୍ରାଧିକାର କ୍ଷେତ୍ର ରହିଛି । ବେକାର ଯୁବକ ଯୁବତୀଙ୍କୁ ଋଣ ଦେବାକୁ ଏମାନେ ପଛଘୁଞ୍ଚା ଦେଉଛନ୍ତି । ସରକାରଙ୍କ ବାରମ୍ବାର ତାଗିଦାକୁ ବି ଖାତିର କରୁନାହାନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୨୦-୨୧ ବର୍ଷରେ ବ୍ୟାଙ୍କ୍ଗୁଡିକ ଏହିସବୁ ପ୍ରାଥମିକତା କ୍ଷେତ୍ରକୁ ପାଖାପାଖି ୮୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ ।

ସେଥି ମଧ୍ୟରୁ ସର୍ବାଧିକ ୩୮,୮୯୧ କୋଟି ଟଙ୍କା ଏମଏସଏମଇ କ୍ଷେତ୍ରକୁ ଦିଆଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ କୃଷି କ୍ଷେତ୍ର ରହିଥିଲା । ୨୦୨୧-୨୨ ବର୍ଷରେ ବ୍ୟାଙ୍କ୍ମାନେ ଏହିସବୁ କ୍ଷେତ୍ରକୁ ୧ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ସର୍ବାଧିକ ଅର୍ଥ କୃଷି କ୍ଷେତ୍ରକୁ ଯାଇଥିଲା ।୨୦୨୨-୨୩ ବର୍ଷରେ ୧,୩୫,୭୨୦ କୋଟି ଟଙ୍କାର ଋଣ ଦେଇଥିବାବେଳେ ଏମଏସଏମଇ କ୍ଷେତ୍ରକୁ ସର୍ବାଧିକ ୬୨ହଜାର କୋଟି ଟଙ୍କାର ଋଣ ଦିଆଯାଇଥିଲା । କୃଷି କ୍ଷେତ୍ରକୁ ଏହିବର୍ଷ ୫୪ହଜାର କୋଟିରୁ ଅଧିକ ଋଣ ପ୍ରଦାନ କରିଥିଲେ ।

୨୦୨୩-୨୪ ବର୍ଷରେ ବ୍ୟାଙ୍କ୍ମାନେ ୧ଲକ୍ଷ ୬୫ହଜାର କୋଟି ଟଙ୍କାର ଋଣ ଦେଇଥିବା ବେଳେ ଗତ ଆର୍ଥôକ ବର୍ଷରେ ଏହା ପ୍ରାୟ ୧ଲକ୍ଷ ୯୫ହଜାର କୋଟି ଟଙ୍କା ରହିଥିଲା । ଓଡିଶାରୁ ସଂଗ୍ରହ ପୁଞ୍ଜି କେଉଁ କେଉଁ ରାଜ୍ୟରେ ଖଟା ଯାଉଛି ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଚଳିତ ଆର୍ଥôକ ବର୍ଷ ଶେଷ ଅର୍ଥାତ ମାର୍ଚ୍ଚ ୩୧ ସୁଦ୍ଧା ପ୍ରତି ପଞ୍ଚାୟତର ୧୦୦ ଜଣ ଯୁବକ ଯୁବତୀଙ୍କୁ ଋଣ ଦେଇନଥିବା ବ୍ୟାଙ୍କଗୁଡିକୁ ଓଡିଶାରେ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ସବ୍ୟସାଚୀ ମହାପାତ୍ର, ତୁଳସୀ ଦାଶ, ସମୀର ପ୍ରଧାନ, ବରୋଦାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା

March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର

March 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ହୃଦୟକୁ ହୃଦୟ ର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

March 6, 2026
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ

March 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version