ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିଡି ବ୍ଲକ ବାଲିଆ ସ୍ଥିତ ମା ଭଗବତୀ ଙ୍କ ପୀଠରେ ଥିବା ପ୍ରଭୁ ବିଗ୍ନରାଜ ଗଜାନନ, ପ୍ରଭୁ ଶ୍ରୀରାମ ଓ ପଞ୍ଚମୁଖୀ ହନୁମାନ ମନ୍ଦିରର 7ମ ବାର୍ଷିକ ପ୍ରତିଷ୍ଠାତା ଉଚ୍ଛବ ଉପଲକ୍ଷେ ପଞ୍ଚମୁଖୀ ହନୁମାନ ଟ୍ରଷ୍ଟ ପକ୍ଷରୁ ବିଶ୍ଵଶାନ୍ତି ମହାଜଜ୍ଞ ଓ ନାମ ସଂକୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l

ସୋମବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ଶେଷହୋଇଛି l ସୋମବାର ଅଷ୍ଟମ ପ୍ରହର ସୁବାଧି ବାସ ସହ ଅଙ୍କୁରlରୋପଣ, ଯଜ୍ଞ ଆରମ୍ଭ ମଙ୍ଗଳ ବାର ଯଜ୍ଞ କର୍ମ ନାମ ସଂକୀର୍ତ୍ତନ, ବୁଧବାର ଯଜ୍ଞ କର୍ମ ଅଷ୍ଟମ ପ୍ରହର ନଗର ଉଚ୍ଛବ, ଗୁରୁବାର ଯଜ୍ଞ କର୍ମ, ଶୁକ୍ରବାର ଯଜ୍ଞ କର୍ମ ଓ ପୂର୍ଣ୍ଣାହୁତି ହୋଇଥିଲା l

















