ଓଡ଼ିଶା ତାଜା ନ୍ୟୁଜ (୨୨ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :- ୨୦୧୯-୨୦୨୦ ମସିହାର ଖରିଫ ଫସଲ ବିମା ପାଇବା ପାଇଁ ପଦ୍ମପୁର ଉପଖଣ୍ଡ ପାଇମାଲ ବ୍ଲକର ଲଖମରା,ବାଦିକଟା ଓ ଭେଙ୍ଗରାଜପୁରର ଚାଷୀ ଆଜି ପଦ୍ମପୁର ବସନା ରାସ୍ତାକୁ ଲଖମରା କଲେଜଛକ ଠାରେ ଅବରୋଧ କରିଛନ୍ତି । ଫଳରେ ପଦ୍ମପୁର ଓ ବସନା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଛି । ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ପଦ୍ମପୁର ଉପଖଣ୍ଡରେ ଜଳସେଚନର ସୁବ୍ୟବସ୍ଥା ନଥିବା କାରଣରୁ ପ୍ରତିବର୍ଷ ଫସଲ ନଷ୍ଟ ହୋଇଥାଏ । ଗତ ୨୦୧୯-୨୦ ଖରିଫ ଋତୁରେ ପଦ୍ମପୁର ଉପଖଣ୍ଡରେ ଫସଲ ନଷ୍ଟ ହେବା ଫଳରେ ଚାଷୀ ମାନେ ବୀମା କମ୍ପାନୀ ଦ୍ୱାରା ଅନୁକମ୍ପାରାଶି ପାଇଥିଲେ ।
ହେଲେ ପାଇକମାଲ ବ୍ଲକର ଲଖମରା,ବାଦିକଟା ଓ ଭେଙ୍ଗରାଜପୁର ପଂଚାୟତର ଚାଷୀମାନେ ଏହି ଅନୁକମ୍ପା ରାଶି ପାଇବାରୁ ବଂଚିତ ଅଛନ୍ତି । ସୂଚନା ଅନୁସାରେ ଖରିଫ ଚାଷର କ୍ରଫ କଟିଙ୍ଗ ଅନୁସାରେ ଲଖମରା ପଂଚାୟତକୁ ୫୩.୬୦ ପ୍ରତିଶତ,ବାଦିକଟା ପଂଚାୟତକୁ ୭୧.୬୦ ପ୍ରତିଶତ ଓ ଭେଙ୍ଗରାଜପୁର ପଂଚାୟତକୁ ୨୬.୨୫ ପ୍ରତିଶତ ଅନୁକମ୍ପା ରାଶୀ ଦେବା ପାଇଁ ସରକାର ଓ ବୀମାକମ୍ପାନୀର ମିଲିତ ରାଜୀନାମାରେ ଧାର୍ଯ୍ୟ ହୋଇଥିଲା । ହେଲେ ଦୀର୍ଘ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀ ମାନେ ତାଙ୍କ ଅନୁକମ୍ପା ରାଶୀ ପାଇ ପାରିନାହାଁନ୍ତି ।
ସେମାନେ ବିଗତ ଦିନରେ ସରକାରୀ ବାବୁଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ତଣୁ ବାଧ୍ୟ ହୋଇ ଚାଷୀମମାନେ ନିଜ ହକ ପାଇବା ପାଇଁ ଆଜି ରାଜରାସ୍ତାକୁ ଓଉହ୍ଲାଇଛନ୍ତି । ପାଇକମାଲ ବ୍ଲକର ଏହି ତିନିଗୋଟି ପଂଚାୟତର ଚାଷୀମାନେ ଆଜି ପଦ୍ମପୁର ବସନା ରାସ୍ତାକୁ ଲଖମାର କଲେଜଛକ ଠାରେ ଅବରୋଧ କରିଛନ୍ତି । ଏହି ଆନ୍ଦୋଳନ ରେ ଦହିତ କୁମାର ସାହୁ,ମୁକ୍ତେଶ୍ବର ପଟେଲ,ବିଶ୍ବନାଥ ରଣା,କୈଲାଶ ବାରିକ, ରୋହିତ ପ୍ରଧାନ,ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )