No Result
View All Result
ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ଆଲଣ୍ଡୋ ପ୍ରାଥମିକ କୃଷି ସେବା ସମିତିରେ ବୁଧବାର ଧାନମଣ୍ଡି ଉଦଘାଟିତ ହୋଇଛି l ଏହାକୁ ସରପଞ୍ଚ ସ୍ନେହ ପ୍ରଭା ପରିଜା ଉଦ୍ଘାଟନ କରିଥିଲେ l ସମ୍ପାଦକ କେଶବ ଚନ୍ଦ୍ର ପ୍ରଧାନ ଙ୍କ ତତ୍ୱାବଧାନରେ ସମିତିର ସଭାପତି ସୂର୍ଯ୍ୟ କାନ୍ତ ମଲ୍ଲିକ, ଉପସଭାପତି ଝରଣା ସ୍ୱାଇଁ, ପୂର୍ବତନ ସଭାପତି ପବିତ୍ର ପଶାୟତ ଉପସ୍ଥିତ ଥିଲେ l ସମିତିର ପ୍ରଥମ ଟାର୍ଗେଟ 2 ହଜାର କୁଇଣ୍ଟାଲ ଥିବାବେଳେ ଏଠାରେ 620 ଜଣ ଚାଷୀ ଧାନ ଦେବାପାଇଁ ପଞ୍ଜିକୃତ କରିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବେବିନା ମଲିକ, ସନ୍ତୋଷ ସେଠୀ, ସମିତିସଭ୍ୟା କଳ୍ପନା ପଶାୟତ, ସଭ୍ୟ ରଞ୍ଜନ ବେହେରା, ରାଜେଶ ଭୋଇ, ଙ୍କ ସହ ସଭ୍ୟ ରାଜକିଶୋର ଜେନା, ଲୋକନାଥ ମଲ୍ଲିକ, ଗୌରାଙ୍ଗ ବୋଷ, ସୁନୀଲ ମଲ୍ଲିକ, ରଶ୍ମି ରଞ୍ଜନ ପରିଜା, ସମୀର ଖୁଣ୍ଟିଆ, ଗଦାଧର ଜେନା, ଗାଲେଖ ସାହୁ, ପୂର୍ଣ୍ଣ ଚନ୍ଦ୍ର ଜେନା ଙ୍କ ସହ ଡିଇଓ ସଞ୍ଜୟ ଶେଖର କର, ସୂର୍ଯ୍ୟମଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ l
ଚାଷୀ ସେକ ସଲା ଉଧୀନ, ବନବିହାରୀ ଜେନା, କୈଳାଶ ସ୍ୱାଇଁ, ମନୋରଞ୍ଜନ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି ଜେ ଆମେ ଟଙ୍କା ଖର୍ଚ୍ଚ କରି ଧାନ ଅମଳ କରି ଜରି ଅଖାରେ ପୁରାଇ ରଖିଛୁ ପୁନର୍ବାର କିପରି ଆଉଥରେ ଟଙ୍କା ଖର୍ଚ୍ଚ କରି ଝୋଟ ଅଖାରେ ପୁରାଇ ଧାନ ଦେବୁ ତାହା ସମ୍ଭବ ନୁହେଁ l ତେଣୁ ଆସନ୍ତା ବର୍ଷକୁ ସରକାର ଏହି ନିୟମ ରଖନ୍ତୁ ବୋଲି ଅଭିଯୋଗ କରିଛନ୍ତି l

No Result
View All Result