ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡ଼ିଶୀଗୁରୁ ପଦ୍ମବିଭୂଷଣ କେଳୁ ଚରଣ ମହାପାତ୍ରଙ୍କର ଜନ୍ମଶତବାର୍ଷିକୀ ପାଳନ ନିମିତ୍ତ ଲଣ୍ଡନଠାରେ ‘କଳା ଦି ଆର୍ଟସ୍ ଚାରିଟି’ର ସଂସ୍ଥାପକ ନୃତ୍ୟଶିଳ୍ପୀ ସୁସ୍ମିତା ପତି ଉଦ୍ୟମ ଆରମ୍ଭ କରିଛନ୍ତି । ୧୯୯୬ ମସିହାରୁ ଲଣ୍ଡନଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଉଦ୍ୟମ କରି ଆସୁଥିବା ସୁସ୍ମିତା ଓଡ଼ିଶା ଏବଂ ଲଣ୍ଡନରେ କେଳୁ ଚରଣ ମହାପାତ୍ରଙ୍କ ଜନ୍ମଶତବାର୍ଷିକୀ ପାଳନ କରିବା ଲାଗି ସ୍ଥିରୀକୃତ ହୋଇଛି ।















