ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିଡି ବ୍ଲକ ଉତ୍ତରଶାସନ ପ୍ରାଥମିକ କୃଷି ସମବାୟ ସମିତିରେ ଗୁରୁବାର ଧାନ ମଣ୍ଡି ଉଦଘାଟିତ ହୋଇଛି l ଏହାକୁ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତି ମୟୀ ବିଶ୍ୱାଳ ଉଦ୍ଘାଟନ କରିଥିଲେ l ତାଙ୍କଶହ ମଣ୍ଡି ସୁପରଭାଇଜର ଅତିରିକ୍ତ ତହସିଲଦାର ତନୁଶ୍ରୀ ବେହେରା, ନୋଡାଲ ଅଫିସର ରାଜେନ୍ଦ୍ର ପ୍ରାସାଦ ସ୍ୱାଇଁ, ସମିତି ସଭାପତି ଅକ୍ଷୟ କୁମାର ବ୍ରହ୍ମl, ଉପସଭାପତି ରାଜଲଷ୍ମୀ ମହାପାତ୍ର, ସମ୍ପାଦକ ବିରେଶ କୁମାର ପଣ୍ଡା, ସରପଞ୍ଚ ସତ୍ୟଭାମା ବେହେରା, ସମିତି ସଭ୍ୟ ସବ୍ୟସାଚୀ ଶତପଥୀ, ରଶ୍ମି ରଞ୍ଜନ ବେହେରା, ଉପସ୍ଥିତ ଥିଲେ l

ଚଳିତ ବର୍ଷ ଏହି ସମିତିରେ ଧାନ ଦେବାପାଇଁ 861 ଜଣ ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବୋର୍ଡ଼ ସଭ୍ୟଭାବେ ଦିବାକର ସାହୁ, ବିମଳ କୁମାର ସେଠୀ, ସୁରେଶ ଚନ୍ଦ୍ର ଜେନା, ସଭ୍ୟା ଲାବଣ୍ୟ ବତୀ ମଲ୍ଲିକ, ଧୀରେନ୍ଦ୍ର ମହାପାତ୍ର,ପବିତ୍ର ମୋହନ ଦାଶ, ପ୍ରତାପ ଚନ୍ଦ୍ର ବେହେରା, ଅମିନ ଚରଣ ବେହେରା, ପ୍ରଶାନ୍ତ ବାରିକ, ସାରଦା ପ୍ରାସାଦ ବେହୁରା,

ରମେଶ ଚନ୍ଦ୍ର ମଲ୍ଲିକ, ପିତାମ୍ବର ମହାପାତ୍ର, ଗୀତାଞ୍ଜଳି ସାହୁ, ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ l ତେବେ ଚାଷୀ ମାନେ ଅଭିଯୋଗ କରିଛନ୍ତିଯେ ବର୍ତ୍ତମାନ ସେମାନେ ପ୍ଲାଷ୍ଟିକ ଅଖାରେ ଧାନ ଭର୍ତ୍ତି କରି ସାରି ମଣ୍ଡିକୁ ଆଣିବାକୁ ରଖି ସାରିଲେଣି l ପୁନର୍ବାର ମଜୁରୀ ଖର୍ଚ କରି ଝୋଟ ଅଖାରେ ଧାନ ଭର୍ତ୍ତି କରି ଦେବା କଷ୍ଟ ସାଧ୍ୟ ତେଣୁ ଆସନ୍ତା ବର୍ଷକୁ ଝୋଟ ଅଖା ରେ ଧାନ ଦେବାକୁ ରଖା ଯାଉ l














