No Result
View All Result
ରେଢ଼ାଖୋଲ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରେଢ଼ାଖୋଲ ବିଧାୟକ ତଥା ପାର୍ବତୀ ଗିରି ଜନ୍ମଶତ ବାର୍ଷିକ କମିଟିର ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ବରଗଡ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ପ୍ରଦୀପ ହୋତା ମୁଖ୍ୟ ବକ୍ତା, ହୀରାକୁଦ ହିଣ୍ଡାଲକୋ ଲିମିଟେଡ଼ର ପୂର୍ବତନ ସଭାପତି ସୁଶାନ୍ତ ଗୁରୁ, ବ୍ଲକ ଅଧ୍ୟକ୍ଷା ମମତା ନାଏକ ସମ୍ମାନିତ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସ୍ମରଣିକା ଓ ବଡମା ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ସେହିପରି ଉତ୍ସର୍ଗ, ପରିଚୟ ଅନୁଷ୍ଠାନ ତଥା ଚିତ୍ର ଶିଳ୍ପୀ ବନ୍ଦନା ପଣ୍ଡା, ସତ୍ୟ ନାରାୟଣ ମେଣ୍ଡଲୀ, ବିପିନ ବିହାରୀ ପଣ୍ଡା, ପ୍ରମିଳା ବେହେରା, ସମ୍ବଳର ରାମଦାସ ପଣ୍ଡା, ଲିଟୁ ମହାନ୍ତି, ଗାୟତ୍ରୀ ସନ୍ତୋଷ ଚାରିଟେବୁଲ ଟ୍ରଷ୍ଟର ଡ ସନ୍ତୋଷ ଦାଶ ଓ ଗାୟତ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରଥମେ କଲେଜ ପରିସରରେ ଥିବା ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପାର୍ବତୀ ବିହାରରେ ଥିବା ତାଙ୍କ ଚିତାଭସ୍ମରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପ୍ରାରମ୍ଭରେ ଆଶ୍ରମ ଅନ୍ତେବାସୀଙ୍କ ଦ୍ଵାରା ସ୍ଵାଗତ ନୃତ୍ୟ ପରିବେଷିତ ହୋଇଥିଲା ।
ଅଧ୍ୟାପକ ଡ଼ ଗୋବିନ୍ଦ ମହାରଣା ଅତିଥି ପରିଚୟ ଦେଇଥିଲେ । କମିଟି ସମ୍ପାଦକ କୁଳଧର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ଭୋଇ ଧନ୍ୟବାଦ ଦେଇଥିଲେ । ପରେ ‘ମୁଇଁ ପାର୍ବତୀ ଗିରି କହୁଛେ’ ଏକକ ଅଭିନୟ ଅଧ୍ୟାପକ ତୁଷାର ବାରିକଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପାର୍ବତୀ ଗିରି ଜନ୍ମ ଜୟନ୍ତୀ କମିଟିର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପଣ୍ଡା, ଉପ ସଭାପତି ସୁରେଶ୍ୱର ପ୍ରଧାନ, ସହ ସମ୍ପାଦକ ଅରୁଣ ଦେହୁରୀ ଓ ଆଦିତ୍ୟ ରହନା, ସଂଯୋଜକ ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

No Result
View All Result