No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାୟଗଡା ଜିଲ୍ଲାର ରାମନାଗୁଡା ଅଞ୍ଚଳରେ ବ୍ରାହ୍ମଣ ସମାଜ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ବୈଠକ ସମ୍ପ୍ରତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଞ୍ଚଳର ବହୁ ବରିଷ୍ଠ ଓ ଯୁବ ସଦସ୍ୟମାନେ ଉପସ୍ଥିତ ରହି ସମାଜର ଏକତା, ସଂଗଠନ ଓ ସାମୂହିକ ବିକାଶ ବିଷୟରେ ଆଲୋଚନା କରିଥିଲେ । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜର ଭାଇଚାରାକୁ ଅଧିକ ମଜବୁତ କରିବା, ଯୁବପିଢିଙ୍କୁ ସଂଗଠନ ସହିତ ଯୋଡ଼ିବା ଏବଂ ଭବିଷ୍ୟତରେ ସମାଜ ହିତରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ।

ବୈଠକରେ ସମସ୍ତ ସଦସ୍ୟ ଏକମତ ହୋଇ ସମାଜର ଶିକ୍ଷା, ସଂସ୍କୃତି ଓ ସାମାଜିକ ସେବାକୁ ଆଗେଇ ନେବା ପାଇଁ ଏକତାର ସହିତ କାମ କରିବାର ସଙ୍କଳ୍ପ ନେଇଥିଲେ । ଶେଷରେ ଏହି ପ୍ରକାର ମିଳନମେଳା ଓ ବୈଠକ ନିୟମିତ ଭାବେ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା ।

ଏଥିରେ ସଭାପତି ଲଳିତ ମହନ ନଦ୍ଦ, ଉପସଭାପତି ସୁବ୍ରମନୣ ଆଚାର୍ଯ୍ୟ, ସହ ସମ୍ପାଦକା ପୁସ୍ପା ଅଞ୍ଜଳି ଦାସ, କଷାଦକ୍ଷ ଶକ୍ତି ପ୍ରସାଦ ପାତ୍ର,ସମ୍ପାଦକ ସୁଦାମ ଚରଣ ପଣ୍ଡା,ସଞଜକ ବିଜୟକୁମାର ମହାପାତ୍ର, ପ୍ରମୋଦ ପାଣିଗ୍ରାହୀ, ବରିଷ୍ଠ ଉପଦେଷ୍ଟା ରଘୁନାଥ ପାଢୀ ଉପସ୍ତିତ ରହି କାଯ୍ୟକ୍ରମ କୁ ସୁ ପରିଚାଳନା କରିଥିଲେ ।

No Result
View All Result