ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସ୍ୱାମୀ ବିବେକାନନ୍ଦ ଥିଲେ ଯୁବପିଢ଼ିଙ୍କର ଆଦର୍ଶ l ଯୁବ ପିଢ଼ି ସଚେତନ ହେଲେ ଉନ୍ନତ ରାଷ୍ଟ୍ର ଗଠନ ହୋଇପାରିବ l ତେଣୁ ହେ ଯୁବ ଶକ୍ତି ଉଠ ଜାଗ୍ରତ ହୁଅ ବୋଲି ଆହ୍ୱାନ ଦେଇଥିଲେ l ବାସ୍ତବରେ ବର୍ତ୍ତମାନ ସମାଜ ଅବଖେୟ ମୁଖି ସମୟରେ ଯୁବପିଢ଼ି ନେତୃତ୍ୱ ନେଇ ଦେଶକୁ ସଜାଡ଼ିବାର ପ୍ରୟାସ କରନ୍ତୁ ବୋଲି ବକ୍ତା ମାନେ ରବିବାର କଟକ ସଦର 42 ମୌଜା ବରାଳ ଗ୍ରାମର ସାମାଜିକ ଅନୁଷ୍ଠାନ ସ୍ୱାମୀଜୀ ଯୁବକ ସଂଘର 29 ତମ ବାର୍ଷିକ ଉଚ୍ଛବରେ ମତ୍ତ ପୋଷଣ କରିଛନ୍ତି l

ସଂଘର ପ୍ରତିଷ୍ଠାତା ଇ. ବିରଞ୍ଚି ନାରାୟଣ ଭୂୟାଁ ଙ୍କ ସଭାପତିତ୍ୱ ରେ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ସମାଜ ସେବୀ ସମରେନ୍ଦ୍ର ମହାପାତ୍ର, ବକ୍ତା ଭାବେ ଅଧ୍ୟାପିକା ନମିତା ପଟନାୟକ,ବରେଣ୍ୟ ଅତିଥିତି ଭାବେ ଅଧ୍ୟକ୍ଷ ବିଶ୍ୱଜିତ ରାୟ, ସାମାଜିକ କର୍ମୀ ଅଜୟ କୁମାର ଭୂୟାଁ, ବିଜୟ କୁମାର ନାୟକ, ଗାଳ୍ପିକା ତେଜସ୍ୱିନୀ ପଣ୍ଡା, ଅଭୟ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଉପରୋକ୍ତ ମତ ପୋଷଣ କରିଛନ୍ତି l ଏହି ଅବସରରେ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l
ସେଥିରେ 45 ଟି ବିଦ୍ୟାଳୟ, 4 ଟି ବିଦ୍ୟାଳୟ ର 350 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l କୃତି ଛାତ୍ରଛାତ୍ରୀ ଙ୍କ ସହ 5 ଟି ଅନୁଷ୍ଠାନ ଓ 30 ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉଦଯାପନୀ ସଭାରେ ପ୍ରଫେସର ମନୋଜ ନାୟକ, ପପ୍ରଦୀପ୍ତ କୁମାର ବିଶ୍ୱାଳ, ବୈଜ୍ଞାନିକ ଅନିଲ ପ୍ରଧାନ, ସୁଶ୍ରୀ ସବିତା, ସିଭାଂଶ, ଆଶୁତୋଷ ଭୂୟାଁ, ରବିନାରାୟଣ ସାହୁ, ଅମ୍ରିଣ୍ଟା ପ୍ରିୟ ଦର୍ଶିନୀ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ ସୁରଜ ବେହେରା, ପ୍ରଗତି ସ୍ୱାଇଁ ସୁଜାତା ପରିଡା l ଶେଷରେ ସୂର୍ଯ୍ୟ ନାରାୟଣ ଭୂୟାଁ ଧନ୍ୟବାଦ ଦେଇଥିଲେ l














