ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଶ୍ରୀମତୀ ପାଢ଼ୀ। ପ୍ରମୁଖ ଶାସନ ସଚିବ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଜିଲ୍ଲାରେ ପହଞ୍ଚିବା ପରେ ସର୍ବ ପ୍ରଥମେ ଗୋବିନ୍ଦପାଲି ଗସ୍ତ କରି ବସ୍ ଷ୍ଟାଣ୍ଡ ର ସ୍ଥିତି ସମୀକ୍ଷା କରିଥିଲେ। ତତ୍ ପରେ ମାଥିଲି ସ୍ଥିତ ନୂତନ ଭାବେ ନିର୍ମାଣଧିନ ବସ୍ ଷ୍ଟାଣ୍ଡ ମଧ୍ଯ ବୁଲି ଦେଖିଛନ୍ତି ପ୍ରମୁଖ ଶାସନ ସଚିବ। ମାଲକାନଗିରି ପହଞ୍ଚିବା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିବା ସହ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ପରେ ପୌର ପରିଷଦ ମାଲକାନଗିରି ର ନୂତନ ଭାବେ ନିର୍ମିତ ହେଉଥିବା କୋଠା ବୁଲି ଦେଖିଛନ୍ତି ।

ସେହିପରି ପୌର ପରିଷଦର ଏମଭି ୪୨ ସ୍ଥିତ ଜବରଦସ୍ତି କଲୋନୀରେ ସ୍ୱଚ୍ଛ ଭାରତ ଅଧୀନରେ କାର୍ଯ୍ୟ କରୁଥିବା କମ୍ପୋଷ୍ଟ ସେଣ୍ଟର୍ ଠାରେ କାର୍ଯ୍ୟରତ ସ୍ୱଚ୍ଛ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଶ୍ରୀମତୀ ପାଢ଼ୀ। ସ୍ୱଚ୍ଛ କର୍ମଚାରୀଙ୍କ କଣ ସବୁ ସମସ୍ୟା ରହିଛି, ସେମାନଙ୍କର ଜୀବନ ଜୀବିକା ରେ କିଭଳି ଉନ୍ନତି ହୋଇପାରିବ ସେଥି ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବି ବି ଗୁଡା ଟ୍ୟାଙ୍କ ପରିଦର୍ଶନ କରି ଜଳ ସଂରକ୍ଷଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ପୌର ପରିଷଦ ର ଅଧିକାରୀ ଏଥି ନିମନ୍ତେ ୨ କୋଟି ଟଙ୍କାର ଆର୍ଥିକ ପାଣ୍ଠି ଆବଶ୍ୟକତା ରହିଛି ବୋଲି ସଚିବଙ୍କୁ ଅବଗତ କରାଇଥିଲେ। ତୁରନ୍ତ ଡିପିଆର ପ୍ରସ୍ତୁତ କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦେବା ସହ ପାଣ୍ଠି ମଞ୍ଜୁର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରମୁଖ ଶାସନ ସଚିବ। ସେ ସହରରେ ନିର୍ମାଣ ଚାଲିଥିବା ବସ୍ ଷ୍ଟାଣ୍ଡ କାର୍ଯ୍ୟ ର ଅଗ୍ରଗତି ମଧ୍ଯ ତଦାରଖ କରିଥିଲେ। ବସ୍ ଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ପରିଦର୍ଶନରେ ଯାଇ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ।

ସେହିପରି ଏୟାରଷ୍ଟ୍ରିପ ପରିଦର୍ଶନରେ ଯାଇ ରାସ୍ତା ଓ କୋଠାବାଡ଼ି ବିଭାଗ ଯନ୍ତ୍ରୀଙ୍କ ସହ ଏହାର ସ୍ଥିତି ଓ ରହିଥିବା ସମସ୍ୟା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କିଭଳି ଶୀଘ୍ର ଏୟାର ଷ୍ଟ୍ରିପ କାର୍ଯ୍ୟକ୍ଷମ ହେବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ପରିଶେଷରେ ପୌର ପରିଷଦ ଦ୍ବାରା ପରିଚାଳିତ ଆଦର୍ଶ ଶ୍ମଶାନ ଗସ୍ତ କରି ଏହାର ରକ୍ଷଣାବେକ୍ଷଣ ବୁଲି ଦେଖିଥିଲେ। ଏହି ଗସ୍ତରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।