ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଇଣ୍ଡିଆ ଟ୍ରେଡ ଏକ୍ସପୋ ୨୦୨୬ ବଡଦାଣ୍ଡ ସ୍ଥିତ ବଗଲା ଧର୍ମଶାଳା ପରିସରରେ ଉଦଘାଟିତ ହୋଇଯାଇଛି । ଏହାକୁ ଅତିରିକ୍ତ ଜିଲ୍ଲାପାଳ( ପ୍ରୋଟୋକଲ) ନୀଳମାଧବ ଭୋଇ ଓ ଶରତ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ମେଳା ପୁରୀରେ ବେଶ ସଫଳତା ପାଇବ ବୋଲି କହିଥିଲେ । ଭାରତର ବିଭିନ୍ନ ରାଜ୍ୟ ସହ ବିଦେଶୀ ଦେଶ ମାନଙ୍କର ପଦର୍ଶକ ମାନେ ବିଭିନ୍ନ ଉତ୍ପାଦନ ସାମଗ୍ରି ବିକ୍ରି କରୁଛନ୍ତି ।

ଭାରତର ବ୍ଯବସାୟ, ସଂସ୍କୃତି ଓ ଆର୍ଥିକ ସହଯୋଗ ବିଶ୍ବବ୍ଯାପି କରିବ । ବ୍ଯବସାୟିକ ସହଯୋଗ ଆନ୍ତର୍ଜାତିକ ବ୍ଯବସାୟ ନେଟୱର୍କିଙ୍କ, ସାଂସ୍କୃତିକ କାର୍ଯ୍ୟକ୍ରମର ଭାବ ବିନିମୟ, ଗ୍ରାହକ ମାନଙ୍କ ସହଯୋଗକୁ ନେଇ ଏକ ଆକର୍ଷଣୀୟ ମହାମଞ୍ଚରେ ଏକତ୍ରୀକରଣ କରିପାରିବ । ଏହି ପଦର୍ଶନୀ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିବ । ଏହି ଆନ୍ତର୍ଜାତୀୟ ବ୍ୟାପାର ପ୍ରଦର୍ଶନୀରେ ୮୦ ଅତ୍ଯାଧୁନିକ ଷ୍ଟଲ ରହିଛି ।















