No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ ମୋଟର ଯାନ ଇନ୍ସପେକ୍ଟର ବଟକୃଷ୍ଣ ବିଶ୍ଵାଳ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ l
ମହାବିଦ୍ଯାଳୟ ପରିସରରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର ଘୋଷ ବାହିନୀ ଦଳ ବାଦ୍ଯ ବଜାଇ ପ୍ଲାକାର୍ଡ ଧରି ଟି ସାର୍ଟ ଓ ଟୋପି ପିନ୍ଧି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା ନାହିଁ, ଦ୍ରୁତ ଗତି ମହା ବିପତ୍ତି, ସଡ଼କ ସୁରକ୍ଷା ପରିବାର ରକ୍ଷା ଭଳି ବିଭିନ୍ନ ସଚେତନତା ସ୍ଳୋଗାନ ମାନ ଦେଇ ବସଷ୍ଟାଣ୍ଡ ପର୍ଯ୍ଯନ୍ତ ଯାଇଥିଲେ l
ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟ ର ରକ୍ଷକ ମାଷ୍ଟର ଟ୍ରେନର ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, ଘରୋଇ ବସ୍ ମାଲିକ ସଂଘର ଲୋକନାଥ ପାଢୀ ସଚ୍ଚିଦାନନ୍ଦ ସାହୁ, ରବିଚନ୍ଦ୍ର ପାତ୍ର, କିଶୋର କୁମାର ପାଳ, ସନ୍ନ୍ଯାସୀ ସାହୁ, ସୂର୍ଯ୍ଯ ନାରାୟଣ ସାହୁ, ନିଶାକର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l.

No Result
View All Result