No Result
View All Result
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରିଖ ଦିନ କୁଇବାହାଲ ଗ୍ରାମରେ ମହାସମାରୋହରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ସମାପନ ହୋଇଯାଇଅଛି l ଶ୍ରୀ ଜଗନ୍ନାଥ ସାଂସ୍କୃତିକ ସଂଘ ଆୟୋଜନ ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତା ରେ ଅଞ୍ଚଳର ଲୋକ କଳାର ପୁନଃରୁଦ୍ଧାର ଓ ପ୍ରଚାର ପ୍ରଶାର ପାଇଁ ବିଭିନ୍ନ ଗ୍ରାମରୁ ଲୋକ ନାଟକ, ଦଣ୍ଡ ନୃତ୍ୟ, ଘୁମୁରା ଦାସ କାଠିଆ, ଖଞ୍ଜଣୀ, ଘୁଡୁକା, ମହୁରୀ ବାଦ୍ୟ, ପଞ୍ଚବାଦ୍ୟ, ଦଣ୍ଡ ନୃତ୍ୟ, ସୁଆଙ୍ଗ,ସଂକୀର୍ତ୍ତନ୍ୟ,ଲୋକ ଗୀତ, ଲୋକ ନାଟକ ତଥା ବିଭିନ୍ନ ପ୍ରକାର ଲୋକ କଳା ମାଧ୍ୟମରେ କଳାକାର ମାନଙ୍କ ଦ୍ୱାରା କଳା ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରି ଥିଲେ l

ଆଖ ପାଖ ଦଶ ଗୋଟି ଗାଁ ରୁ ହଜାର ହଜାର ସଂଖ୍ୟାରେ କଳା ପ୍ରେମୀ ଓ କଳାକାର ମାନଙ୍କ ସମାଗମ ହୋଇଥିଲା l ମୁଖ୍ୟ ଅତିଥି ଭାବେ କୁଇବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଳାଶ ପୁଟେଲ, କଳାକାର ମାନଙ୍କ ଭବିଷ୍ୟତ ଉପରେ ଧ୍ୟାନ ଆକର୍ଷଣ କରି, କେମିତି ଆଗାମୀ ପିଢ଼ି କଳାକାର ମାନେ ଉପକୃତ ହୋଇପାରିବେ ଓ ଆମ କଳା ସଂସ୍କୃତି ବଞ୍ଚି ରହିବ ସେଥି ପ୍ରତି ଧ୍ୟାନ ଆକର୍ଷଣ ପୂର୍ବକ ପାରମ୍ପରିକ କଳା ଓ କଳାକାର ମାନଙ୍କ ବିଷୟରେ ଉଦବୋଧନ ଦେଇଥିଲେ l
ପୂର୍ବତନ ସରପଞ୍ଚ ଶ୍ରୀମତୀ କ୍ଷୀରମତି ପୁଟେଲ, କୃତିବାସ ବାଗ,କୁଞ୍ଜ ମହାନନ୍ଦ, କ୍ଷିତୀରାମ ପୁଟେଲ,ଭାଗବତ ପ୍ରେମୀ ସୁବାଷ ପୁଟେଲ, ରୁଷି ଲାହାକ, ଡିଜଲ ପୁଟେଲ, ଗ୍ରାମ ଗୌନ୍ତିଆ ଭୁବନ ପୁଟେଲ,ଚନ୍ଦ୍ରମଣି ରାଉତ,ରାମେଶ୍ୱର ମହାନନ୍ଦ,ଅନ୍ତବଳ ପୁଟେଲ,ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ବନିତା ପୁଟେଲ, ସମ୍ପାଦକ ଅନଙ୍ଗ ଦାସ ସମେତ ,ପରମ୍ପରା କଳା ବିକାଶ କେନ୍ଦ୍ର, ସମ୍ପାଦକ ଶ୍ରଯୁକ୍ତ ଭକ୍ତବନ୍ଧୁ ମେହେର ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ଉତ୍ସବ ଟି ମହା ସମାରୋହ ରେ ବହୁତ ସୁନ୍ଦର ଓ ଶୃଙ୍ଖଳାରେ ସମାପନ ହୋଇଥିଲା l

No Result
View All Result