No Result
View All Result
ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାଜକିଶୋର ସେନାପତି – ମକର ସଂକ୍ରାନ୍ତି ଅବସରରେ ସାକ୍ଷୀଗୋପୀନାଥ ମନ୍ଦିରରେ ବର୍ଷକୁ ଥରେ ପରମ୍ପରା କ୍ରମେ ମକର ଚାଉଳ ଭୋଗ ଲାଗି କରାଯାଇଛି। ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତ ମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି l ମକରଭାର ସହିତ ଆସିଥିବା ନୂତନ ବସ୍ତ୍ର ସାକ୍ଷୀଗୋପୀନାଥ ଓ ରାଧାରାଣୀ ପରିଧାନ କରିଥିଲେ l ମନ୍ଦିର ଚୁଡାରେ ନେତ ବନ୍ଧା ଯାଇଥିଲା ।
ଚୂନପାଣି ପକାଯାଇ ବେଢ଼ା ଶୋଧ କରାଯିବା ପରେ ରୁପା ପିଙ୍ଗଳରେ ମକର, ସାକର, ଦଧି ଓ ନଳିପାନ ଏପରି ଚାରିବେଢ଼ା ଅନୁଷ୍ଠିତ ହୋଇଥିଲା l ଛତିତ୍ରାସ, ଵାଜା, ମହୁରୀ, କହାଳୀ, ଘଣ୍ଟ ବଜାଇ ଠାକୁରଙ୍କୁ ଆଳତି ଓ ଉପଚାର କରି ପୂଜାପଣ୍ଡା ବନ୍ଦପନା କରିଥାନ୍ତି। ମକର ଭାରରେ ପ୍ରସ୍ତୁତ ମକର ଚାଉଳ ପ୍ରଥମେ ଠାକୁର ଓ ଠାକୁରାଣୀଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇ ବଳି ଆଟିକାରେ ନବାଙ୍କ ଚଣ୍ଡ ପ୍ରଦାନ କରାଯାଇଥିଲା l
ମକର ଚାଉଳ ପ୍ରସ୍ତୁତି ରେ ଚାଉଳ, କ୍ଷୀର,ନଡ଼ିଆ, ଗୁଡ, ନବାତ, କଦଳୀ, ଗୋଲମରିଚ, ଅଦା, ସେଉ, କମଳା, ଅଙ୍ଗୁରୁ, ଲବଙ୍ଗ, ଅଳେଇଚ, କାଜୁ ଓ ଖିସିମିସ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ପଡି ପସ୍ତୁତି କରାଯାଇଥାଏ।ମନ୍ଦିର ଵେଢା ମଧ୍ୟରେ ଶ୍ରଦ୍ଧାଳୁ ମାନେ ମକର ଚାଉଳ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ।

No Result
View All Result