No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ହିଞ୍ଜିଳିକାଟୁ ବ୍ଳକ ସ୍ଥିତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କଞ୍ଚୁରୁ ପରିସରରେ ମଙ୍ଗଳ ବାର ବିଦ୍ୟାଳୟ ସ୍ତରୀୟ ପ୍ରଥମ ପି.ଏମ. ଶ୍ରୀ ଉତ୍ସଵ ମହାସମାରୋହରେ ପାଳିତ ହୋଇଛି। ଅଧ୍ୟକ୍ଷ ଅଶୋକ କୁମାର ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ମୁଖ୍ୟ ବକ୍ତା ଭାବେ ରାମାଧିନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହନ୍ତ ହରିହର ଦାସ ଓ ସମ୍ମାନିତ ଅତିଥି ଭାବେ ପୋଚିଲିମା ସରକାରୀ ଶିଳ୍ପ ପ୍ରତିଷ୍ଠାନ ଅଧ୍ୟକ୍ଷା ମୁକ୍ତି ରାଣୀ ସାମନ୍ତ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟସେନ ମହାନ୍ତି ପ୍ରମୁଖ ମଞ୍ଚସୀନ ଥିଲେ ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଢ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ମଦନ ମୋହନ ସେଠୀ, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ଗୋଷ୍ଠୀ ଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡା, ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆକାଂକ୍ଷୀ ମେଳା, ଭିଜନ ଓଡ଼ିଶା @ ୩୬, କୌଶଳି, ଜିଜ୍ଞାସା, ସାହିତ୍ୟ ସୃଜନୀ କ୍ରୀଡାଙ୍ଗଣ, ଦୋକାନ ଯାତ୍ରା ଆଦି ୪ ବର୍ଗରୁ ୫ ଜଣ ଲେଖାଏଁ ମୋଟ ୩୦ ଜଣ ଶ୍ରେଷ୍ଠ କୃତୀ ଶିକ୍ଷାର୍ଥୀଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଅରୁଣ କାଠ କଳା କେନ୍ଦ୍ରର ସଂସ୍ଥାପକ ଅରୁଣ କୁମାର ସାହୁଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଅଧ୍ୟାପକ ଚିନ୍ମୟ ପୋଲେଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଶିକ୍ଷୟତ୍ରୀ ଏଲ୍. ଗୌରୀ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷକ ବିଭୂତି ପଟ୍ଟନାୟକ ପରିଚାଳନା କରିଥିଲେ।ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

No Result
View All Result