ଚାନ୍ଦପୁର ଐତିହାସିକ ଦଶ ଦୋଳ ମେଳଣ ପଡ଼ିଆରେ ଆସନ୍ତା ଫେବୃଆରୀ ମାସ 6ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ନୀଳାମ୍ବୁ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି.
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଚାନ୍ଦପୁର ଐତିହାସିକ ଦଶ ଦୋଳ ମେଳଣ ପଡିଆରେ ଆସନ୍ତା ଫେବୃଆରୀ 6ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ 7ଦିନ ଵ୍ୟାରାଜ୍ୟ ତଥା ଦେଶର ଏକମାତ୍ର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ 4ର୍ଥ ନୀଳାମ୍ବୁ ମହୋତ୍ସବ ଆୟୋଜିତ କରାଯିବା ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି. ଅଭିଭକ୍ତ ଚାନ୍ଦପୁର ପଂଚାୟତର କନ୍ଧ ନୟା ଗଡ଼ ଗ୍ରାମ ହେଉଛି ରାଜ ରାଜୁଡା ଶାସନ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନ ର ପ୍ରମୁଖ କେନ୍ଦ୍ର ସ୍ଥଳ. ଚାନ୍ଦପୁରର ଏତିହ୍ୟ ସଂସ୍କୃତି ମଧ୍ୟ କୌଣସି ଗୁଣରେ କମ ନୁହେଁ ଚାନ୍ଦପୁର ବାସୀଙ୍କ ମଧ୍ୟ ପ୍ରଜାମଣ୍ଡଳ ଆନ୍ଦୋଳନରେ ସମ୍ପୃକ୍ତି ରହିଥିଲା.














