ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିବେକାନନ୍ଦ ଥିଲେ ଯୁବପିଢ଼ିଙ୍କର ଆଦର୍ଶ l ଯୁବପିଢ଼ି ସଚେତନ ହେଲେ ଉନ୍ନତ ରାଷ୍ଟ୍ର ଗଠନ ହୋଇ ପାରିବ l ତେଣୁ ହେ ଯୁବଗୋଷ୍ଠି ଉଠ ଜାଗ୍ରତ ହୁଅ ବୋଲି ଆହ୍ୱାନ ଦେଇଥିଲେ l ବାସ୍ତବରେ ବର୍ତ୍ତମାନ ସମାଜ ଅବ କ୍ଷୟ ମୁଖି ସମୟରେ ଯୁବପିଢ଼ି ନେତୃତ୍ୱ ନେଇ ଦେଶକୁ ସଜାଡ଼ିବାର ପ୍ରୟାସ କରନ୍ତୁ ବୋଲି ବକ୍ତାମାନେ ସୋମବାର ହାଜିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର 21 ତମ ବାର୍ଷିକ ଉଚ୍ଛବରେ ଯୋଗଦେଇ ମତ୍ତ ପୋଷଣ କରିଛନ୍ତି l

ବିଦ୍ୟାଳୟ ପ୍ରତିଷ୍ଠାତା ବିଭୁଦତ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜଗନାଥ ସଂସ୍କୃତି ର କଥା ପ୍ରଚାରକ ବାବା ଦିବାକର ଦାସ ମହାରାଜ, ସରପଞ୍ଚ ଆରତୀ ଭୂୟାଁ, ପ୍ରାଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ବିଦ୍ୟାଳୟ ସମ୍ପାଦକ ସମୀର କୁମାର ରାଉତ,

ପ୍ରଧାନ ଆଚାର୍ଯ୍ୟା ଦୀପ୍ତି ମୟୀ ଜେନା ଉପରୋକ୍ତ ମତ୍ତ ପୋଷଣ କରିଥିଲେ l ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ ସମ୍ପାଦକ ମହାବିଦ୍ୟାଳୟ ଅଧ୍ୟକ୍ଷ ସମୀର କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଆଚାର୍ଯ୍ୟା ଦୀପ୍ତି ମୟୀ ଜେନା l















