• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହତ୍ୱାକାଂକ୍ଷୀ ଭବିଷ୍ୟତ ରୋଡମ୍ୟାପ ସହିତ ଭାରତ ପ୍ରତିବଦ୍ଧତାକୁ ସୁଦୃଢ କରିଛି ହୋଣ୍ଡା

Proprietor Abhimanyu Maharana by Proprietor Abhimanyu Maharana
January 13, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Honda strengthens India commitment with ambitious future roadmap Enriches Honda Elevate line-up with the introduction of the Elevate ADV Edition
Share on FacebookShare on TwitterWhatsapp

ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ ସହିତ ହୋଣ୍ଡା ଏଲିଭେଟ ଶୃଙ୍ଖଳାକୁ ସମୃଦ୍ଧ କରିଛି

ଭୁବନେଶ୍ୱର : ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ) ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତ ପାଇଁ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପକୁ ହାଇଲାଇଟ କରିଛି ଯେଉଁଥିରେ ୨୦୩୦ ସୁଦ୍ଧା ୭ଟି ଏସୟୁଭି ସମେତ ୧୦ଟି ଶୁଭାରମ୍ଭ ଅନ୍ତର୍ଭୁକ୍ତ ରହିଛି । ଏଥିରେ ନିକଟରେ ପ୍ରଦର୍ଶିତ ହୋଇଥିବା ହୋଣ୍ଡା ୦(ଆଲ୍‌ଫା) ମଧ୍ୟ ସାମିଲ ରହିଛି, ଯାହା ଭାରତୀୟ ବଜାର ପାଇଁ ଏଚସିଆଇଏଲର ପ୍ରଥମ ବ୍ୟାଟେରୀ ଇଲେକ୍‌ଟ୍ରିକ ଯାନ, ଯାହାକି ୨୦୨୬-୨୭ ଆର୍ôଥକ ବର୍ଷର ୨ୟ ଭାଗରେ ଶୁଭାରମ୍ଭ କରାଯିବ ।

ନୂଆ ଇଭି ସିରିଜ ହୋଣ୍ଡା ୦ (ଜିରୋ) ସିରିଜର ଏକ ଅଂଶ, ହୋଣ୍ଡା ୦ α (ଆଲ୍‌ଫା)କୁ ଜାପାନ ମୋବିଲିଟି ଶୋ’ ୨୦୨୫ରେ ଏକ ପ୍ରୋଟୋଟାଇପ ଭାବେ ପ୍ରଦର୍ଶିତ କରାଯାଇଥିଲା । ଏହି ମଡେଲ ହୋଣ୍ଡା ୦ ସିରିଜର ଦୁନିଆରେ ଏକ ପ୍ରମୁଖ ‘ଗେଟ୍‌ୱେ ମଡେଲ’ ଭାବେ କାର୍ଯ୍ୟ କରିବ ଯାହା ହୋଣ୍ଡାର ଆନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ଭାରତର ରଣନେନୌତିକ ମହତ୍ୱକୁ ଆଲୋକିତ କରୁଛି । ହୋଣ୍ଡାର ‘ମେକ ଇନ ଇଣ୍ଡିଆ’ ଲକ୍ଷ୍ୟକୁ ସୁଦୃଢ କରି ହୋଣ୍ଡା ୦ α (ଆଲ୍‌ଫା)କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯିବ ଏବଂ ଅନ୍ୟ ଆନ୍ତର୍ଜାତୀୟ ବଜାରଗୁଡିକୁ ରପ୍ତାନୀ କରାଯିବ, ଏହା ରପ୍ତାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଭାରତକୁ ଅବସ୍ଥାପିତ କରିବ ।

ଏହାର ଭବିଷ୍ୟତ ମଡେଲଗୁଡିକର ଶୁଭାରମ୍ଭ ବ୍ୟତୀତ କମ୍ପାନୀ ସ୍ୱତନ୍ତ୍ର ସଂସ୍କରଣ ଓ ଉନ୍ନତ ଗ୍ରେଡ ସହ ବଜାରରେ ଉତ୍ସାହ ଯୋଗ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି । ହୋଣ୍ଡା ପକ୍ଷରୁ ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ କରାଯାଇଛି, ଯାହା ଏହାର ଲୋକପ୍ରିୟ ଏଲିଭେଟ ଏସୟୁଭି ଶୃଙ୍ଖଳାକୁ ଆହୁରି ସମୃଦ୍ଧ କରୁଛି । ଏହି ନୂତନ ଫ୍ଲାଗସିପ ଗ୍ରେଡ ଏକ ଅଧିକ ସ୍ପୋର୍ଟି ଓ ସ୍ୱତନ୍ତ୍ର ଲୁକ୍‌ରେ ଏଲିଭେଟର ମଜବୁତ ଡିଜାଇନ, ଉତ୍ସାହଜନକ ଆଇ- ଭିଟିଇସି ପ୍ରଦର୍ଶନ ଓ ଆଡ୍‌ଭାନ୍ସଡ ହୋଣ୍ଡା ସେନ୍ସିଙ୍ଗ ସେଫ୍ଟି ଫିଚରଗୁଡିକୁ ଏକତ୍ରିତ କରିଛି ।

ଭୁବନେଶ୍ୱରରେ ଏଲିଭେଟ ଏଡିଭି ସଂସ୍କରଣର ପ୍ରଭାବଶାଳୀ ଏକ୍ସ-ଶୋରୁମ ମୂଲ୍ୟ ଯଥାକ୍ରମେ ସିଙ୍ଗଲ-ଟୋନ ବିକଳ୍ପ ପାଇଁ (ଏମଟି) ଭାରିଆଂଟର ମୂଲ୍ୟ ୧୫,୩୮,୯୯୦ ଟଙ୍କା, ଯେବେକି ଡୁଆଲ୍‌-ଟୋନ୍ ସଂସ୍କରଣର ମୂଲ୍ୟ ୧୫,୫୮,୯୦୦ ଟଙ୍କା ରହିଛି । ସେହିଭଳି ସିଭିଟି ଭାରିଆଂଟ ସିଙ୍ଗଲ୍‌-ଟୋନ୍ ବିକଳ୍ପ ପାଇଁ ୧୬,୫୬,୭୯୦ ଟଙ୍କା ଏବଂ ଡୁଆଲ୍‌-ଟୋନ୍ ବିକଳ୍ପ ପାଇଁ ୧୬,୭୬,୭୯୦ ଟଙ୍କାରେ ଉପଲବ୍ଧ । ଭବିଷ୍ୟତର ରୋଡମ୍ୟାପ ଓ ଏଲିଭେଟ ଏଡିଭି ଏଡିସନର ଶୁଭାରମ୍ଭ ସମ୍ପର୍କରେ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡର ମାର୍କେଟିଂ ଓ ସେଲ୍‌ସ୍ ବିଭାଗର ଉପାଧ୍ୟକ୍ଷ କୁନାଲ ବେହେଲ କହିଛନ୍ତି,

“ଭାରତରେ ଆମର ଯାତ୍ରା ଏକ ଉତ୍ସାହଜନକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଆମେ ୨୦୩୦ ସୁଦ୍ଧା ୧୦ଟି ମଡେଲ ଶୁଭାରମ୍ଭ କରିବାକୁ ଯୋଜନା ରଖିଛୁ, ଯାହା ବଜାର ଓ ଆମର ଗ୍ରାହକଙ୍କ ପ୍ରତି ଆମର ମଜବୁତ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଭୁବନେଶ୍ୱର ଭଳି ବଜାର ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଜାରି ରଖିଛି, ଯାହା ଏକ ମଜବୁତ ଗ୍ରାହକ ଆଧାର ଓ ପ୍ରିମିୟମ ଯାତାୟତ ସମାଧାନ ପାଇଁ ବଢୁଥିବା ଚାହିଦା ଦ୍ୱାରା ସମର୍ôଥତ ଅଟେ । ଏକ ବୃହତ ଓ ବିଶ୍ୱସନୀୟ ଗ୍ରାହକ ଆଧାର ଦ୍ୱାରା ସମର୍ôଥତ ଓଡିଶା ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟରୁ ଅନ୍ୟତମ ଅଟେ ଯାହା ଆମର ସାମଗ୍ରିକ ବିକ୍ରି ପରିମାଣରେ ଯୋଗଦାନ ଦେଉଛି ।

ହୋଣ୍ଡା ସିଟି, ହୋଣ୍ଡା ଏଲିଭେଟ ଓ ହୋଣ୍ଡା ଅମେଜ ସମେତ ଆମର ସମସ୍ତ ମଡେଲଗୁଡିକୁ ଓଡିଶାରେ ନିରନ୍ତର ଭାବେ ଗ୍ରହଣ କରାଯାଉଛି । ଆମେ ନିଶ୍ଚିତ ଯେ, ନୂଆ ଏଲିଭେଟ ଏଡିଭି ଏଡିସନ ଗ୍ରାହକଙ୍କ ସହ ଦୃଢ ଭାବେ ପ୍ରତିଧ୍ୱନିତ୍ୱ କରିବ ଏବଂ ହୋଣ୍ଡା ପରିବାରରେ ଆହୁରି ଅନେକଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛୁ ।” ଏଲିଭେଟ ଏଡିଭିରେ ଉଭୟ ଏକ୍ସଟେରିୟର ଓ ଇଂଟେରିୟର ପରିବର୍ତନ କରାଯାଇଛି । ଏକ୍ସଟେରିୟର ଡିଜାଇନ ବୋଲ୍ଡ ଏକ୍ସକ୍ଲୁସିଭ ଅପ୍‌ଗ୍ରେଡ ହାସଲ କରିଛି ଯାହା ଏହାକୁ ରାସ୍ତାରେ ସ୍ୱତନ୍ତ୍ର ଉପସ୍ଥିତି ପ୍ରଦାନ କରୁଛି । ହୋଣ୍ଡା ଏଲିଭେଟ ଏଡିଭିର କ୍ୟାବିନରେ ଏକ ହାଇ-ଏନର୍ଜି, ବୋଲ୍ଡ ବ୍ଲାକ ଇଂଟେରିୟର ଥିମ ସହିତ ଆକର୍ଷଣୀୟ ଅରେଞ୍ଜ ଆକ୍‌ସେସ ଡିଟେଲିଂ ରହିଛି ।

ବ୍ଲାକ ଇଂଟେରିୟରରେ ଅରେଞ୍ଜ ଆକ୍‌ସେଂଟର ପ୍ଲେସମେଂଟ ଚାଳନା ଅନୁଭୂତିର ଉତ୍ସାହକୁ ଆହୁରି ବୃଦ୍ଧି କରିଛି । ଏଲିଭେଟରେ ଏହି ପ୍ରଭାବଶାଳୀ ପରିବର୍ତନଗୁଡିକ ଏକ ଦୃଶ୍ୟାତ୍ମକ ପରିଚୟ ସୃଷ୍ଟି କରୁଛି ଯାହା ଉଭୟ ଆତ୍ମବିଶ୍ୱାସପୂର୍ଣ୍ଣ ଓ ଆଧୁନିକ ଅଟେ । ଏଲିଭେଟ ଏଡିଭି ଏଡିସନ ଏହାର ବ୍ଲାକ ସରାଉଣ୍ଡ ସହ ନୂତନ ଗ୍ଲସି ବ୍ଲାକ ଆଲ୍‌ଫା-ବୋଲ୍ଡ ପ୍ଲସ ଫ୍ରଂଟଗ୍ରିଲ ଏବଂ ବୋଲ୍ଡ ଅରେଞ୍ଜ ହାଇଲାଇଟ ସହିତ ଏକ ହୁଡ ଡେକାଲ ଦ୍ୱାରା ସ୍ୱତନ୍ତ୍ର ହୋଇଛି, ଯାହା ମିଳିତ ଭାବେ ରାସ୍ତାରେ ଏକ ଆକର୍ଷଣୀୟ ଓ ଦୃଢ ଉପସ୍ଥିତି ସୃଷ୍ଟି କରୁଛି ।  ଏହି ସୁଦୃଢ ଦୃଶ୍ୟାତ୍ମକ ପରିଚୟକୁ ପରିପୂର୍ଣ୍ଣ କରୁଛି ଏହାର ବ୍ଲାକ ରୁଫ୍ ରେଲ, ଓଆରଭିଏମ, ଅପର ଗ୍ରିଲମୋଲ୍ଡିଙ୍ଗ, ଡୋର ମୋଲ୍ଡିଙ୍ଗ, ୱିଣ୍ଡୋ ବେଲ୍ଟଲାଇନ ମୋଲ୍ଡିଙ୍ଗ, ସାର୍କ ଫିନଆଂଟେନା ଓ ହ୍ୟାଣ୍ଡେଲ, ଏସବୁକୁ ଏକ୍ସଟେରିୟରର ଲୁକ୍‌କୁ ଉନ୍ନତ କରିବା ପାଇଁ ଡିଜାଇନ କରାଯାଇଛି ।

ଏହି ଉପାଦାନଗୁଡିକ ଏଲିଭେଟ ଏଡିଭି ଏଡିସନର ନିର୍ଭୀକ ଓ ଆତ୍ମବିଶ୍ୱାସୀ ଡିଜାଇନ ଷ୍ଟେଟମେଂଟକୁ ଆହୁରି ଉନ୍ନତ କରୁଛି । ଏଲିଭେଟ ଏଡିଭି ଏଡିସନର ଇଂଟେରିୟରରେ ଏକ ସ୍ଲିକ ଅଲ୍‌-ବ୍ଲାକ କ୍ୟାବିନ ସହ ବୋଲ୍ଡ ଅରେଞ୍ଜ ଷ୍ଟିଚିଙ୍ଗ ଓ ଆସେଂଟ ରହିଛି ଯାହା ଏହାକୁ ଏକ ସତେଜ ଓ ପ୍ରିମିୟମ ଅନୁଭବ ଦେଉଛି । ବ୍ଲାକ ସିଟ୍ ସହ ଅରେଞ୍ଜ ଷ୍ଟିଚିଙ୍ଗ ଏବଂ ଫ୍ରଂଟ ଓ ରିୟରରେ ଏମ୍‌ବସ୍‌ଡ ଏଡିଭି ଲୋଗୋ ଏକ ବ୍ୟକ୍ତିଗତ, ଷ୍ଟାଇଲିଶ ଟଚ୍ ପ୍ରଦାନ କରୁଛି । ଏସି ନବ୍‌, ଗ୍ରିର ନବ ମୋଲ୍ଡିଙ୍ଗ ଓ ଡୋର ଟ୍ରିମଗୁଡିକରେ ଅରେଞ୍ଜ ହାଇଲାଇଟଗୁଡିକ କ୍ୟାବିନକୁ ସ୍ୱତନ୍ତ୍ର ଅନୁଭବ କରାଉଛି । ଏଡିଭି ଏଡିସନକୁ ମିଟିଅରଏଡ ଗ୍ରେ ମେଟାଲିକ ଓ ଲୁନାର ସିଲ୍‌ଭର ମେଟାଲିକ କଲରରେ, ଉଭୟ ସିଙ୍ଗଲଟୋନ ଓ ଡୁଆଲଟୋନ ଏକ୍ସଟେରିୟର କଲର ଅପ୍‌ସନରେ ଉପଲବ୍ଧ କରାଯିବ ।

ଏଲିଭେଟ ଏଡିଭି ଏଡିସନ ଏକ ୧.୫ଲିଟର ଆଇ-ଭିଟିଇସି ପେଟ୍ରୋଲ ଇଞ୍ଜିନ ଦ୍ୱାରା ପରିଚାଳିତ ଯାହା ପ୍ୟାଡେଲ ସିଫ୍ଟର ସହିତ ଉଭୟ ୬ ସ୍ପିଡ ମାନୁଆଲ ଓ ୭-ସ୍ପିଡ ସିଭିଟି ଅଟୋମାଟିକ ଟ୍ରାନ୍ସମିଶନ ସହ ଉପଲବ୍ଧ ହେଉଛି । ଏହି ଏସୟୁଭି ଏହାର ବୃହତ କାର୍ଗୋ ସ୍ପେଶ, ହାଇ ଗ୍ରାଉଣ୍ଡ କ୍ଲିଅରାନ୍ସ ଏବଂ ଆରାମଦାୟକ, ପ୍ରଶସ୍ତ ଇଂଟେରିୟର ସହ ସ୍ୱତନ୍ତ୍ର ଭାବେ ଉଭା ହେଉଛି, ଯାହା ଏହାକୁ ଦୈନନ୍ଦିତ ଯାତାୟତ ସହ ଲମ୍ବା ଯାତ୍ରା ପାଇଁ ଉପଯୁକ୍ତ ପସନ୍ଦରେ ପରିଣତ କରୁଛି । ହୋଣ୍ଡା ପାଇଁ ସୁରକ୍ଷା ଏକ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ଏବଂ ଏଲିଭେଟ ଏଡିଭି ଏଡିସନ ଏକ ଆଡ୍‌ଭାନ୍ସଡ ଡ୍ରାଇଭର-ଆସିଷ୍ଟ ସିଷ୍ଟମ (ଏଡିଏଏସ) ହୋଣ୍ଡା ସେନ୍ସିଙ୍ଗ ସହ ସୁସଜ୍ଜିତ ହୋଇଆସୁଛି ଯେଉଁଥିରେ କୋଲାଇଜନ ମିଟିଗେଶନ ବ୍ରେକିଂ ସିଷ୍ଟମ, ଲେନକିପ ଆସିଷ୍ଟ, ରୋଡ ଡିର୍ପାଚର ମିଟିଗେଶନ, ଆଡାପ୍ଟିଭ କ୍ରୁଜ କଂଟ୍ରୋଲ ଓ ଲିଡ କାର୍ ଡିପାଚର ନୋଟିଫିକେଶନ ସାମିଲ ରହିଛି । ଏଡିଭି ଏଡିସନ ଷ୍ଟାଣ୍ଡାର୍ଡ ଭାବେ ଏକ ୩ ବର୍ଷର ଅନ୍‌ଲିମିଟେଡ କିଲୋମିଟର ୱାରେଂଟି ସହିତ ଆସୁଛି । ଗ୍ରାହକମାନେ ୭ ବର୍ଷ ପର୍ଯ୍ୟନ୍ତ ଏକ ବର୍ଦ୍ଧିତ ୱାରେଂଟି, ୧୦ ବର୍ଷ ପର୍ଯ୍ୟନ୍ତ ଏକ ଯେକୌଣସି ସମୟର ୱାରେଂଟି ଏବଂ କ୍ରୟ ତାରିଖରୁ ରୋଡ୍‌ସାଇଡ ଆସିଷ୍ଟାନ୍ସକୁ ଚୟନ କରିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version