No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିଡି ବ୍ଲକ ଜ୍ୟୋତି ମହାସଂଘ ପକ୍ଷରୁ ସୋମବାର ବ୍ଲକ ପରିସରରେ ସୁଭଦ୍ରା ଶକ୍ତି କାଫେ ଉଦ୍ଘାଟନ ହୋଇଯାଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଆୟୁଷି ପତି, ତହସିଲଦାର ପିଙ୍କିଲ ପରିବିନ ପରିଡା,

ଆଡ୍ସୀନାଲ ତହସିଲଦାର ତନୁଶ୍ରୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସଭ୍ୟା ଦୀପ୍ତି ମୟୀ ରାୟ, ବିପିଏମ ପ୍ରତାପ ରୁଦ୍ର ନନ୍ଦ, ବିପିସି ନିବେଦିତା ଦାସ, ପ୍ରଭାତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାଫେକୁ ବ୍ଲକ ଜ୍ୟୋତି ମହାସଂଘ ର ସଭା ନେତ୍ରୀ ସରୋଜିନୀ ବେହେରା, ସମ୍ପାଦିକା ମହେଶ୍ୱତା ଜେନା, ମମତା ଦାସ,

ସଂଯୁକ୍ତା ବେହେରା, ଲଷ୍ମୀପ୍ରିୟା ଦାସ, ଶର୍ମିଷ୍ଠା ପ୍ରଧାନ, ସୌଦାମିନୀ ସାମଲ, ରଶ୍ମି ପ୍ରଭା ତ୍ରିପାଠୀ, ରେଣୁବାଳା ରାଉତ, ଓ ଲଷ୍ମୀପ୍ରିୟା ମହାନ୍ତି ପରିଚାଳନା କରିବେ l ପୂର୍ବରୁ ଏହି କାଫେ ମହାତୋଳରେ କାର୍ଯ୍ୟକ୍ଷମ ହେଉଥିଲା ସେଠାରେ ଵେବସାୟ ଭଲ ନହେବାରୁ ଏହା ବ୍ଲକ ପରିସରକୁ ଉଠି ଆସିଲା l

କାଫେରେ ବ୍ଲକ, ତହସିଲ ଓ ମେଡିକାଲ ର କର୍ମଚାରୀ ମାନେ ସୁଷମ ଖାଦ୍ୟ ଖାଇ ପାରିବେ ବୋଲି ବିଡ଼ିଓ ପତି ମ୍ୟାଡମ କହିଛନ୍ତି l ତେବେ ଜ୍ୟୋତି ମହାସଂଘର ମେମ୍ବର ମାନେ ଏଥିରେ ଉପକୃତ ହେବେ ବୋଲି ଆଶା ରଖାଯାଇଛି l

No Result
View All Result