No Result
View All Result
ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭୁବନେଶ୍ଵର, ଉତ୍ତରାଛକ ନିକଟ ଗାନ୍ଧି ନଗର , ପୁବାଶାସନ ଠାରେ ରାଜ୍ୟ କଳା କ୍ଷେତ୍ର ଅନୁଷ୍ଠାନର ପ୍ରଥମ କଳାକ୍ଷେତ୍ର ମହୋତ୍ସବ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଲେ ଯେ ରାଜ୍ୟରେ ଥିବା ବିଭିନ୍ନ କଳାକୁ ଉଜ୍ଜୀବିତ କରି ରଖାଯିବ, କଳାର ବିକାଶ ପାଇଁ କୋଣାର୍କ ଠାରେ ଏକ କଳା ମଣ୍ଡପ ନିର୍ମାଣ କରାଯାଇ ପ୍ରତିଦିନ କଳା ପରିବେଷଣ ହେବ,

ଯ ଦ୍ୱାର ଟୁରିଷ୍ଟମାନେ ଆକୃଷ୍ଟ ହେବେ ଏବଂ କଳା ସଂସ୍କୃତିର ମାନ ଦେଶ ବିଦେଶରେ ବୃଦ୍ଧି ପାଇବ । ବର୍ଷକର ୩୬୫ ଦିନ ମଧ୍ୟରୁ ୩ ସହ ଦିନ ରାଜ୍ୟର କଳାକାରମାନେ ସେମାନଙ୍କର ବିଭିନ୍ନ କଳା ପ୍ରଦର୍ଶନ କରିବେ, କଳାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉପ ମୂଖ୍ୟ ମନ୍ତ୍ରୀ ଶ୍ରୀମତୀ ପରିଡା ପ୍ରତିଶ୍ରୁତି ଦେଇଥିଲେ ।

ଅନୁଷ୍ଠାନର ସଭାପତି ତଥା ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଳାକ୍ଷେତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ,ସମ୍ପାଦକ ବାସୁଦେବ ମାଲବିଶୋଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ , ସ୍ଵାମୀ ପ୍ରାଣରୂପା ନନ୍ଦ , ଅଭିନେତ୍ରି ମଧୁମିତା ମହାନ୍ତି, ତରଙ୍ଗ ଚ୍ୟାନେଲର ଚିନ୍ତାମଣି ବିଶ୍ଵାଳ, ମାନବ ଅଧିକାର କର୍ମୀ ଅଭିଜିତ ଦୀକ୍ଷିତ ସ୍ଥାନୀୟ ସରପଞ୍ଚଙ୍କ ସମେତ ମଞ୍ ମଞ୍ଚା ସିନଥିବା ବହୁ ସମ୍ମାନୀତ ଅତିଥି ଉପସ୍ଥିତ ରହିଥିଲେ ।

ରାଜ୍ୟର ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସୃତି ମହାସଂଘର ସଭାପତି ବିଜୟ କୁମାର ମିଶ୍ର, ସଂପାଦକ ବିନୋଦ କୁମାର ଭୋଇ,ଗାୟକ ପଦ୍ମକେଶରୀ ଅଶୋକ କୁମାର ଦଳାଇ, ବିଶିଷ୍ଟ ପାଲା ଗାୟକ ଅଭିମନ୍ୟୁ ବେହେରା, ନାରାୟଣ ସ୍ଵାଇଁ, ବିବେକାନନ୍ଦ ବେଉରା , ଶ୍ରୀମା ୱେଲଫ୍ୟାର ଫାଉଣ୍ଡେସନର ଶ୍ରୀଧର ବେହେରା ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଶତାଧିକ କଳାକାରମାନଙ୍କୁ ଅନୁଷ୍ଠାନ ପକ୍ଷରୁ କଳା କ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବ ଲାଗି ରାଜ୍ୟର ୩୦ ଟି ଜିଲ୍ଲାରୁ ଆସିଥିବା ବିଭିନ୍ନ କଳା ସଙ୍ଗଠନ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ଅଭିନୟର କଳା ପରିବେଷଣ କରାଯାଇଥିଲା । ଏଥିରେ ହଜର ହଜାର ସଂଖ୍ୟାର କଳାକାରମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ଏହି କଳା କ୍ଷେତ୍ର ଅନୁଷ୍ଠାନ କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସଂକଳ୍ପ ନେ଼ଇଛି ।

ଉକ୍ତ ଅନୁଷ୍ଠାନ କଳା କ୍ଷେତ୍ରର ପ୍ରାଥମିକ କାର୍ଯ୍ୟ “ଗାଁ ଦିବସ ଅଭିଯାନ” ଆରମ୍ଭ କରିଛି । ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ଓଡିଶାର କଳା ସଂସ୍କୃତି ପରମ୍ପରା ଓ ଭାଇ ଚାରାକୁ ସୁଦୃଢ଼ କରିବାକୁ ସଂକଳ୍ପ କରିଛନ୍ତି ।

No Result
View All Result