• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬ ୨ୟ ଦିନର ମଂଚ ବିଚାରଧାରା ଓ ସାହିତ୍ୟିକ ପରିଚୟର ସଂଳାପରେ ଆଲୋକିତ

Proprietor Abhimanyu Maharana by Proprietor Abhimanyu Maharana
January 9, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬ ୨ୟ ଦିନର ମଂଚ ବିଚାରଧାରା ଓ ସାହିତ୍ୟିକ ପରିଚୟର ସଂଳାପରେ ଆଲୋକିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ) ୨୦୨୬ର ୨ୟ ଦିନ ବିଚାରଧାରା, ଭାଷା, ଇତିହାସ ଓ ଆଧୁନିକ ପ୍ରସଙ୍ଗଗୁଡିକର ଏକ ସମୃଦ୍ଧ ଓ ନିମଜ୍ଜିତ ଉତ୍ସବ ଭାବେ ଉନ୍ମୋଚିତ ହୋଇଥିଲା, ଯାହା ଦକ୍ଷିଣ ଏସିଆର କିଛି ପ୍ରତିଷ୍ଠିତ ଲେଖକ, ଚନ୍ତନକାରୀ, ବୁଦ୍ଧିଜୀବୀ, କଳାକାର ଓ ନନୀତିନିର୍ମାତାଙ୍କୁ ଭୁବନେଶ୍ୱରର ମେଫେୟାର କନ୍‌ଭେନଶନଠାରେ ଏକତ୍ରିତ କରିଛି । ୨ୟ ଦିନରେ ଆଲୋଚନାର ଗଭୀରତା ଓ ବିବିଧତାକୁ ପ୍ରତିଫଳନ ନକରି କେଏଲଏଫର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀରଞ୍ଜନ ପରିଡା କହିଛନ୍ତି,

“କଳିଙ୍ଗ ସାହିତ୍ୟ ମହୋତ୍ସବ ସବୁବେଳେ ବିଶ୍ୱାସ କରିଆସିଛି ଯେ, ସାହିତ୍ୟ କେବଳ ପୁସ୍ତକଗୁଡିକରେ ସୀମିତ ନାହିଁ, ଏହା  ଗଣତନ୍ତ୍ର, ଲିଙ୍ଗଗତ ଆଲୋଚନା, ସିନେମା, ବିଜ୍ଞାନ, ସ୍ମୃତି ଓ ସମାଜର ଦୈନନ୍ଦିନ ସଂଘର୍ଷରେ ବଂଚି ରହିଛି । ୨ୟ ଦିନ  ଆହ୍ୱାନ ଦେଉଥିବା, ଆଶ୍ୱାସନା ଓ ପ୍ରେରଣା ଦେଉଥିବା ସ୍ୱରଗୁଡିକୁ ଏକତ୍ରିତ କରି ଏହି ଦର୍ଶନକୁ ବାସ୍ତବରେ ପ୍ରତିଫଳନ କରିଛି ।” ୨ୟ ଦିନ ସମାନ୍ତରାଳ ଅଧିବେଶନ ଗୁଡିକର ଏକ ଶକ୍ତିଶାଳୀ ଶୃଙ୍ଖଳା ସହିତ ଆରମ୍ଭ ହୋଇଥିଲା ଯାହା ମହୋତ୍ସବ ପାଇଁ ବୌଦ୍ଧିକ ସ୍ୱର ସ୍ଥିର କରିଥିଲା ।

ଲୋକପ୍ରିୟ ଅନୁବାଦକ ଓ ଲେଖକ ଡେଜି ରକ୍‌ୱେଲ, ବୁକର ପୁରସ୍କାର ବିଜେତା ଲେଖକ ଦୀପା ଭାସ୍ଥି ଏବଂ କବି ଓ ବିଦ୍ୱାନ ରଞ୍ଜିତ ହସ୍‌କୋଟେ, ସୈକତ ମଜୁମଦାରଙ୍କ ସଂଯୋଜନାରେ ଅନୁବାଦ କିଭଳି ମାନବଜାତିକୁ ଆକାର ଦେଉଛି ଏବଂ ସୀମାପାର ସଂସ୍କୃତିଗୁଡିକୁ ସଂଯୋଗ କରୁଛି ତାହାକୁ ଅନ୍ୱେଷଣ କରିଥିଲେ । ଏହାସହିତ  ଆଧୁନିକ ସାହିତ୍ୟରେ ନାରୀତ୍ୱ ପ୍ରସଙ୍ଗ ଉପରେ ଆଲୋଚନାରେ ମନିଷା କୁଳଶ୍ରେଷ୍ଠ, ସୂର୍ଯ୍ୟବାଳା ଲାଲ ଓ ସୁମନ ବର୍ଷା ସାମିଲ ଥିଲେ, ସେହିପରି ଶିଖା ଭଟ୍ଟଙ୍କ ସହ ଆଲୋଚନାରେ ଡଃ ଅନନ୍ୟ ଅୱସ୍ଥିଙ୍କ ସହ ଲିଭିଙ୍ଗ ଦ ବିବେକାନନ୍ଦ ୱେ ପ୍ରସଙ୍ଗ ଉପରେ ଏକ ଅଧିବେଶନରେ ଆଧ୍ୟାତ୍ମିକ ଆଲୋଚନା ନିଜର ସ୍ୱର ପାଇଥିଲା ।

ମାତୃଭାଷା ଓ ବହୁଭାଷୀୟ କବିତାଗୁଡିକର ସେଲିବ୍ରେଶନ, ଡଃ ସନ୍ତୋଷ ରଥ, ବସନ୍ତ ପଣ୍ଡା ଓ ରମେଶ ମଲ୍ଲିକଙ୍କ ଭଳି ବ୍ୟକ୍ତିଙ୍କ ସହିତ ଓଡିଶାର ଗଭୀର ସାହିତ୍ୟିକ ସଂଯୋଗକୁ ଆଲୋକିତ କରିଥିଲା । ସକାଳର ଅନ୍ୟତମ ବହୁପ୍ରତିକ୍ଷୀତ ଅଧିବେଶନ ଥିଲା ଭାରତୀୟ ଲୋକତନ୍ତ୍ର: ସଂସଦ, ସମ୍ବିଧାନ  ଅର୍ ଜନତା, ଯେଉଁଠାରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହ , ଜୟ ପ୍ରକାଶ ପାଣ୍ଡେଙ୍କ ସହ ଏକ ମଜାଦାର ଆଲୋଚନାରେ  ଯୋଗ ଦେଇଥିଲେ, ଏହା ସଂସଦୀୟ ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ଓ ଜନତାଙ୍କ ବିଶ୍ୱାସକୁ ପ୍ରତିଫଳନ କରିଥିଲା ।

ଆନନ୍ଦ ନୀଳକାନ୍ତନ ଓ ଅନୁଜା ଚନ୍ଦ୍ରମୌଲିଙ୍କ ଦ୍ୱରା ସାହିତ୍ୟିକ ପୁନର୍ବିଚାର ଓ ପୌରାଣିତ ପୁନଃବ୍ୟାଖ୍ୟାଗୁଡିକୁ ପରୀକ୍ଷଣ କରାଯାଇଥିଲା ବେଳେ ଲୋକପ୍ରିୟ ଲେଖକ ଶୋଭା ଥରୁର ଶ୍ରୀନିବାସନ, ଅନିଶ ଚାଣ୍ଡିଙ୍କ ସହ ଆଲୋଚନାରେ ଶିଶୁ ସାହିତ୍ୟ ଏବଂ କାହାଣୀ ବର୍ଣ୍ଣନ ଉପରେ ମତବ୍ୟକ୍ତ କରିଥିଲେ । ମହୋତ୍ସବର ଆନ୍ତର୍ଜାତୀୟ ଓ ସମାବେଶୀ ଉତ୍ସାହକୁ ମହତ୍ୱ ଦେଇ କେଏଲଏଫର ପୃଷ୍ଟପୋଷକ ଓ ସିଇଓ ଅଶୋକ କୁମାର ବଳ କହିଛନ୍ତି, “କେଏଲଏଫ ହେଉଛି ସଂସ୍କୃତି, ଭାଷା ଓ ଜୀବନ୍ତ ବାସ୍ତବତାର ଏକ ମିଳନସ୍ଥଳ । ଦକ୍ଷିଣ ଏସୀୟ କବିତାଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ କୂଟନୀତି, ତୃଣମୂଳ ସ୍ତରର ସ୍ୱରଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଥଟ୍‌ଲିଡରଙ୍କ ପର୍ଯ୍ୟନ୍ତ,

ଏହି ମହୋତ୍ସବର ୨ୟ ଦିନ ସୀମା ଓ ଦ୍ୱିପାକ୍ଷିକତାକୁ ଅତିକ୍ରମ କରୁଥିବା ବାର୍ତା ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି ।” ବିଳମ୍ବିତ ସକାଳର ଅଧିବେଶନଗୁଡିକରେ ପୂର୍ବତନ ମିଳିତ ଜାତିସଂଘର ପୂର୍ବତନ ଆସିଷ୍ଟାଂଟ ସେକ୍ରେଟାରୀ ଜେନେରାଲ ଲକ୍ଷ୍ମୀ ପୁରୀଙ୍କୁ ସିକ୍‌ା ଦେଓଙ୍କ ସହ ଏକ ପ୍ରେରଣାଦାୟକ ଆଲୋଚନାରେ ଦେଖିବାକୁ ମିଳିଥିଲା, ଯିଏ ମହିଳାଙ୍କ ନେତୃତ୍ୱ, ଆନ୍ତର୍ଜାତୀୟ କୂଟନୀତି ଓ ସୀମା ବାହାରରେ ଜଣେ ଲେଖକଙ୍କ ଆତ୍ମା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଦିନରୀ କବିତା ଏକ ମଜବୁତ ଉପସ୍ଥିତି ବଜାୟ ରଖିଥିଲା ବେଳେ ଦକ୍ଷିଣ ଏସୀୟ କବି ରଞ୍ଜନା ନିରୌଲା,

ରଞ୍ଜିତ ହସକୋଟେ, ସୂର୍ଯ୍ୟ ମିଶ୍ର ଓ ମୋନାଲିସା ଜେନା ବିକଶିତ କାବ୍ୟ ପରମ୍ପରା ଉପରେ ଆଲୋଚନାକୁ ରୂପ ଦେଇଥିଲେ । ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଅଧିବେଶନଗୁଡିକୁ ସାହିତ୍ୟର ବିରାସତକୁ ସମ୍ମାନିତ କରିଥିଲା, ଯାହା ସାଂସ୍କୃତିକ ନିରନ୍ତରତା ପ୍ରତି କେଏଲଏଫର ପ୍ରତିଶ୍ରୁତିବଦ୍ଧତାକୁ ସୁଦୃଢ କରିଛି । ବିଜ୍ଞାନ ଓ ଏହାର ମାନବୀୟ ଦିଗ ସମ୍ପର୍କରେ ଉଲ୍ଲେଖ କରି ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ପ୍ରଫେସର ବେଦାଙ୍ଗଦାସ ମହାନ୍ତି  ବିଜ୍ଞାନକୁ କାହାଣୀ ବର୍ଣ୍ଣନା ଭାବେ ଆଲୋଚନା କରିଥିଲା ବେଳେ ସିନେମା ଜଗତର ଭାୱନା ସୋମାୟା, ସୁଧୀର ମିଶ୍ର, ନୀଳମାଧବ ପଣ୍ଡା ଓ ନାଦିରା ଖାତୁନ ସିନେମା, ଓଟିଟି ପ୍ଲାଟଫର୍ମ ଓ ସାଂସ୍କୃତିକ ଉତରଦାୟିତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ।

ପ୍ରେମ, କ୍ଷତି ଓ ଭାବନାତ୍ମକ ସଚ୍ଚୋଟତାରେ ମିଲାନ ବୋହରା ଯୋଗ ଦେଇଥିବା ବେଳେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଲୋଚନାଗୁଡିକ ଆନନ୍ଦ ନୀଳକାନ୍ତନ, ଅନୁଜା ଚନ୍ଦ୍ରମୌଳି ଓ ଐତିହାସିକ ରାଧିକା ଶେଶାନଙ୍କୁ ଏକାଠି କରିଥିଲା । ମଧ୍ୟାହ୍ନ ଭୋଜନ ପରେ ହୋଇଥିବା ଆଲୋଚନା ସାମାଜିକ ପରିବର୍ତନ, ସାର୍ବଜନିନ ନୀତି ଓ ବ୍ୟକ୍ତିଗତ ବିଶ୍ଳେଷଣକୁ ବିସ୍ତାର ହୋଇଥିଲା ।  ଶିକ୍ଷା କର୍ମୀ ସଫିନା ହୁସୈନ ଶିକ୍ଷା ମାଧ୍ୟମରେ ଝିଅମାନଙ୍କୁ ସଶକ୍ତ କରିବା ପ୍ରସଙ୍ଗ ଉପରେ କହିଥିଲେ, ସେହିପରି ସମ୍ବିତ ତ୍ରିପାଠିଙ୍କ ସହ ଆଲୋଚନାରେ ନେତା ଅଭିନନ୍ଦନ ଓଡିଶାରେ ନିର୍ବାଚନୀ ପରିବର୍ତନର ବିଶ୍ଳେଷଣ କରିଥିଲେ ।

ପ୍ରତିଷ୍ଠିତ ସାମ୍ବାଦିକ ରାହୁଲ ପଣ୍ଡିତ ସ୍ମୃତି, ସଂଘର୍ଷ ଓ ସଂସ୍କୃତି ଉପରେ ଆଲୋକପାତ କରିଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଅରୁଣ ଲାଲ  ସ୍ଥିରତା ଓ କ୍ରୀଡା ବହାରେ ଜୀବନ ପ୍ରସଙ୍ଗ ଉପରେ ପ୍ରତିଫଳନ ସହ ଦର୍ଶକଙ୍କୁ ବିମୋହିତ କରିଥିଲେ । ଏକ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ ଅଧିବେଶନରେ ଜନସେବା ଓ ସାହିତ୍ୟିକ ପରିକଳ୍ପନାର ମିଶ୍ରଣ ଘଟିଥିଲା ଯେଉଁଥିରେ କୁଳଧର ସାଇକିଆ, ସାଂସଦ ସୁଜିତ କୁମାର  ଓ କୂଟନୀତିଜ୍ଞ-ଲେଖକ ବିକାଶ ସ୍ୱରୁପ ସାମିଲ ଥିଲେ ଯାହାକୁ ବିଭୁ ଆଚାର୍ଯ୍ୟ ପରିଚାଳନା କରିଥିଲେ । ପଦ୍ମଶ୍ରୀ ଅଦ୍ୱିତା ଗଡନାୟକ, ଅନ୍ତର୍ଯ୍ୟାମୀ ଦାସ, ଲିପିଶ୍ରୀ ନାୟକଙ୍କ ସହ ଆଧୁନିକ କଳା ଚାହିଦା ପ୍ରସଙ୍ଗ ଉପରେ ଅଧିବେଶନ ମାଧ୍ୟମରେ କଳା ଓ ସୌନ୍ଦର୍ଯ୍ୟତାର ଅନ୍ୱେଷଣ କରାଯାଇଥିଲା,

ଯାହା ସମାଜ ଓ ସୃଜନଶୀଳତା ମଧ୍ୟରେ ବିକଶିତ ସମ୍ପର୍କକୁ ପ୍ରତିଫଳନ କରିଛି । ସନ୍ଧ୍ୟା ଅଧିବେଶନଗୁଡିକ ହେକ ଜମାଲ ଓ ରାହୁଲ ପଣ୍ଡିତଙ୍କ ଦ୍ୱାରା କାଶ୍ମୀରର ସାହିତ୍ୟିକ ଭବିଷ୍ୟତକୁ ସମ୍ବୋଧିତ କରିଥିଲା, ଏଠାରେ ସୁନିତା ପନ୍ତ ବଂଶଲ, ତୁହିନ ସିହ୍ନା ଓ ସୁଜିତ କୁମାରଙ୍କ ସହ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀର ପାଳନ କରାଯାଇଥିଲା । ଏହା ପ୍ରକାଶନ କ୍ଷେତ୍ରରେ ନୂଆ ସାହିତ୍ୟିକ ସ୍ୱରଗୁଡିକୁ ପ୍ରଦର୍ଶିତ କରିଥିଲା । ମହିଳାଙ୍କ କାହାଣୀ, ବହୁଭାଷୀୟ କବିତା ଓ ବିକଶିତ ଅଥରସିପ ହଲ୍‌ଗୁଡିକରେ ଦୃଢ ଭାବେ ପ୍ରତିଧ୍ୱନିତ୍ୱ ହେବା ଜାରି ରଖିଥିଲା ।  

୨ୟ ଦିନ କଳିଙ୍ଗ କଳା ମହୋତ୍ସବ ଅଧିନରେ ମର୍ଦ୍ଦଳ ବାଦକଙ୍କ ଦ୍ୱାରା ଭାବପୂର୍ଣ୍ଣ ତାଳର ଚମତ୍କାର ପ୍ରଦର୍ଶନ ଏବଂ ଚଳଚିତ୍ର ନିର୍ମାତା ଦୀପନ୍ୱିତ ଦାସ ମହାପାତ୍ର, ଅଭିଶେକ ସ୍ୱାଇଁ, ହିମାଦ୍ରୀ ଦାସ ଓ ଆଶୁତୋଷ ପଟ୍ଟନାୟକଙ୍କ ସହ ଓଡିଆ ସିନେମାକୁ ପୁନଃପରିକଳ୍ପନା କରିବା ଉପରେ ଉତ୍ସାହପୂର୍ଣ୍ଣ ଆଲୋଚନା ସହିତ ଏକ ଉନ୍ନତ ସାଂସ୍କୃତିକ ପରିବେଶରେ ଶେଷ ହୋଇଛି । ଏହାର ସାହିତ୍ୟ, ଜନ ଆଲୋଚନା, କଳା ଓ ଜୀବନ୍ତ ଅନୁଭୂତିର ବାଧାମୁକ୍ତ ମିଶ୍ରଣ ସହିତ କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୨୬ର ୨ୟ ଦିନ ବୌଦ୍ଧିକ ବିନିମୟ ଓ ସାଂସ୍କୃତିକ ବାର୍ତା ପାଇଁ ଏକ ଆନ୍ତର୍ଜାତୀୟ କେନ୍ଦ୍ର ଭାବେ ଭୁବନେଶ୍ୱରର ସ୍ଥାନକୁ ସୁଦୃଢ କରିଛି, ଯାହା ଆଗାମୀ ଦିନଗୁଡିକ ପାଇଁ ମଂଚ ପ୍ରସ୍ତୁତ କରିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version