ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ପରିଣତ ବୟସରେ ମଧ୍ୟରେ ବୃଦ୍ଧ ବୃଦ୍ଧାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା ମାନ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ପଦ୍ମପୁର ବ୍ଲକରେ । ପଦ୍ମପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମ ପଞ୍ଚାୟତ, ଜ୍ଞାନ ଗ୍ରାମ ପଞ୍ଚାୟତ ଓ ପଲସାପାଲି ଗ୍ରାମ ପଞ୍ଚାୟତରେ କେତେକ ବୃଦ୍ଧ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇବା ପାଇଁ ଅନେକ ଥର ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ହାରୀ ଗୁହାରି କରି ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଧାଇଁ ଧାଇଁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇ ପାରୁନାହିଁ ।
ଜ୍ଞାନ ଗ୍ରାମ ପଞ୍ଚାୟତର ଖଲିଆମୁଣ୍ତା ଗ୍ରାମର ଗନ୍ଧର୍ବ ସାହୁ ୬୨,ଚାରପାଲି ପଞ୍ଚାୟତର ଚାରପାଲି ଗ୍ରାମର ସରୋଜିନୀ ବାରିକ ( ବିଧବା ୬୭ ) ମାଳତୀ ଘିଭେଲା ୭୦, ଗୁରୁବାସୀ ପରେକ ୬୭, ପଲସାପାଲି ପଞ୍ଚାୟତର ଅମ୍ବାମୁଣ୍ତା ଗ୍ରାମର ବିପିନ ତାଣ୍ତି ୬୪,ଯଶୋବନ୍ତୀ ୬୪ ପ୍ରମୁଖ । ତେଣୁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଫର୍ମ ପୂରଣ କରି ଭତ୍ତା ପାଇଁ ଆବେଦନ କରିଛନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)