କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଦ୍ୟାଳୟ ବାହାରେ ରହିଥିବା କିମ୍ବା ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବାର ଏକ ବୃହତ୍ ପଦକ୍ଷେପ ଭାବରେ ନର୍ଲା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଆଇଓଏସ୍) ଏବଂ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏନ୍ଆଇଓଏସ୍)ରେ ନାମଲେଖା ପାଇଁ ଏକ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପରେ ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବରେ ନାମ ପଞ୍ଜିକରଣ କରିଛନ୍ତି। ଏଥିରେ ୧୦୩ ଜଣ ଛାତ୍ରଛାତ୍ରୀ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଦ୍ଵାଦଶ (+୨) ସ୍ତରରେ ଏବଂ ୧୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟର ଦଶମ ସ୍ତରରେ ନାମ ଲେଖାଇବା ପାଇଁ ଫର୍ମ ପୂରଣ କରି ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିଥିଲେ।















