ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ସ୍ୱାଧୀନତା ର ୭୩ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ର ସ୍ୱପ୍ନ ଦେଖୁଛନ୍ତି ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚିତାଖୋଲ ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ଯ ସଡକ ଯୋଜନା ସହ ବିଭିନ୍ନ ସଡକ ଯୋଜନା ମାନ ସରକାର ଯୋଜନା କରି ପ୍ରତି ଗ୍ରାମରେ ପକ୍କା ରାସ୍ତା ନିର୍ମାଣ କରୁଥିବାର ଡିଣ୍ତିମ ପିଟୁଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ର ଚାରପାଲି ରୁ ଚିତାଖୋଲ ପର୍ଯ୍ୟନ୍ତ ପକ୍କା ରାସ୍ତା ନାହିଁ । ଦିର୍ଘ ୩୦ ବର୍ଷ ହେଲା ମିଛ ପ୍ରଲୋଭନ ଦେଖାଇ ଆସୁଛନ୍ତି ରାଜନେତା ମାନେ ଏହି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଚିତାଖୋଲ ଗ୍ରାମବାସୀ ଙ୍କୁ କାହିଁ କରୁଛନ୍ତି ଅଣଦେଖା ? ତିନି ଖଣ୍ଡ ଗ୍ରାମ ର ଲୋକ ଏହି ଗ୍ରାମ ସଡକ ଉପରେ ନିର୍ଭର ଯୋଗ୍ୟ । ଏହି ରାସ୍ତାରେ ଅନେକ ଗ୍ରାମର ଲୋକ ମାନେ ଯାତାୟାତ କରନ୍ତି ।
ବର୍ଷା ଦିନରେ ଆମ୍ବୁଲେସ ତଥା ଜନନୀ ମମତା ଗାଡି ଯିବା ଆସିବା କରିବାରେ କିଛି ଟା ପ୍ରତି ବନ୍ଧକ ସୃଷ୍ଟି କରେ । ଯଦ୍ବାରା ଗର୍ଭବତୀ ସ୍ତ୍ରୀ ମାନଙ୍କୁ ଡାକ୍ତରଖାନାକୁ ପଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍କା ରାସ୍ତା ଦେଖିବାକୁ ମିଳୁଥିବା ବେଳେ ଆଜକୁ ଦୀର୍ଘ କେତେ ବର୍ଷ ହେଲାଣି ଏହି ରାସ୍ତା ପକ୍କା ରାସ୍ତାଟିଏ ନ ହୋଇ ପ୍ରଶାସନର ଆଡୁଆଳରେ ଅଛି । ପ୍ରାୟତଃ ୧୦୦୦ ରୁ ୧୫୦୦ ଭୋଟର ଙ୍କୁ ଆଜି ପର୍ଯ୍ୟନ୍ତ ଠକି ଆସୁଛନ୍ତି ବିଧାୟକ ମାନେ । ତେଣୁ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ସାମିଲ କରିବା ପାଇଁ ଅନେକ ଥର ଗୁହାରି କଲେ ସୁଦ୍ଧା ପ୍ରଶାସନ ନିରବ ରହୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)