ଓଡ଼ିଶା ତାଜା ନ୍ୟୁଜ (୨୧ ସେପ୍ଟେମ୍ବର ସୋମବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ଡର ସୀମାନ୍ତବର୍ତୀ ଅଞ୍ଚଳର ଝାରବନ୍ଧ ଥାନା ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଝାରବନ୍ଧ ଥାନା ଅଞ୍ଚଳରେ ଯୁଆଖେଲ ଚାଲିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ପୋଲିସ ଘୁଚାପାଳି ଜଙ୍ଗଲ ଭିତରେ ଚାଲୁଥିବା ଜୁଆଖେଲ ଉପରେ ଚଢ଼ାଉ କରିଥିଲେ । ସେହି ଜୁଆଖେଲ ସ୍ଥାନରୁ ୫ ଗୋଟି ବାଇକ, ଜୁଆଖେଳର ସାମଗ୍ରୀ ଓ ନଗଦ ୨୨୦୦ ଟଙ୍କା ପୋଲିସ ଜବତ କରିଥିଲେ ।
ଏହି ଚଢ଼ାଉରେ ଆଇଆଇସି ଠାକୁର ଦାସ ମୁର୍ମୁ,ଏସ ଆଇ ଦୀପକ କୁମାର ବାରିକ,ଏଏସଆଇ କେଶବ ନନ୍ଦ ହୋତା, କନେଷ୍ଟବଳ ଚୈତନ୍ୟ କଲେତ, ରଘୁନାଥ ନାଏକ, ସେବତୀ ଭୋଇ, ହୋମ ଗାଡ଼ ଦେବାର୍ରଚନ ନିଆଲ, ସଞ୍ଜୟ ପ୍ରଧାନ, ଜୟଲାଲ ସାହୁ ସମେତ ଓ ଏସଏପି ଯବାନ ସାମିଲ ଥିଲେ । ହେଲେ ଜୁଆଖେଲୁ ଥିବା ଖେଲାଲି ମାନଙ୍କୁ ପୋଲିସ ଧରିବାରେ ଅସମର୍ଥ ହୋଇଥିଲା । ସୂଚନା ଅନୁସାରେ ପୋଲିସକୁ ଦେଖି ଜୁଆଖେଲାଲି ମାନେ ସେଠାରୁ ଫେରାର ମାରିଥିଲେ । ଏହି ଜୁଆଖେଲ ଉପରେ ଚଢ଼ାଉ କରି ପୋଲିସ ଜୁଆରୀ ମାନଙ୍କୁ ଧରିବାରେ ଅସମର୍ଥ ହେବା ଏକ ପ୍ରଶ୍ନବାଚୀ ସୄଷ୍ଟି କରୁଛି। ପୋଲିସ ଧରିବାରେ ଅସମର୍ଥ ହେଲା ନା ଜାଣି ଶୁଣି ଛାଡିଦେଲା ତାହା ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)