No Result
View All Result
କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା ମହାବିଦ୍ୟାଳୟର କ୍ରୀଡା ସଂଯୋଜକ ଅଧ୍ୟାପକ ମଳୟ କୁମାର ମଲ୍ଲିକଙ୍କ ସଂଚାଳନାରେ ଉଦ୍ଘାଟକ ଭାବେ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରତ୍ନାକର ଜେନା ଓ ମୁଖ୍ୟଅତିଥି ଭାବେ ଯୁକ୍ତ୨ ମହାବିଦ୍ୟାଳୟର ଅଧ୍ୟକ୍ଷା ଲଳିତା ସାହୁ ଯୋଗଦେଇ କ୍ରୀଡା ପତାକା ଉତୋଳନ କରି ଉଦ୍ଘାଟନ କରିଥିଲେ ।

ଛାତ୍ରୀମାନେ ସେମାନଙ୍କ କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ପୂର୍ବକ ଶରୀର ସୁସ୍ଥ ଲାଗି କ୍ରୀଡାର ଆବଶ୍ୟକ ଜାରୁରୀ ବୋଲି ମୁଖ୍ୟଅତିଥୁ ଶ୍ରୀମତୀ ସାହୁ କହିଥିଲେ । ସମ୍ମାନିତ ଅତିଥିଭାବେ କ୍ରୀଡା ଶିକ୍ଷକ ଅଶୋକ ଦାସ, ସହସଂଯୋଜିକା ଅଧ୍ୟାପିକା ରୋଜାଲିନ ଦାଶ, ମାନସୀ ବଳ ଓ ଅଧ୍ୟାପିକା ଝୁନୁମଣୀ ଜେନା ପ୍ରମୁଖ ଯୋଗଦେଇ ବୌଦ୍ଧିକ ବିକାଶ ଲାଗି କ୍ରୀଡାର ଆବାଶ୍ୟକତା ରହିଛି ବୋଲି କହିଥିଲେ ।

ଅନୁଷ୍ଠିତ କ୍ରୀଡା ‘ଆସନ୍ତା ୮ତାରିଖ ଯାଏ ଚାଲିବାକୁ ଥିଲା ବଳେ ଏଥିରେ ବ୍ୟାଡମିଟନ, ଚେସ, ଦୌଡିଡିଆ, ଖୋଖୋ, କ୍ୟାରମ, ସଟପୁଟ, ଲମ୍ବଡିଆ, ଉଚ୍ଚଡିଆଁ, ଡିସକସ ଥ୍ରୋ, ମ୍ୟୁଜିକ ଚେୟାର, କବାଡି ଆଦି ୧୧ପ୍ରକାର ଖେଳ ହେବାର ବ୍ୟବସ୍ଥା ହେଇଛି । ଆଜି ଉଦ୍ଘାଟନୀ ଦିବସ ଅବସରରେ କ୍ରୀଡା ଶିକ୍ଷକ ଶ୍ରୀ ଦାସଙ୍କ ତତ୍ତ୍ଵାବଧନାରେ ବ୍ୟାଡମିଟନ,

ଚେସ ଓ ଦୌଡିଡିଆଁ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ମହାବିଦ୍ୟାଳୟର ଛାତ୍ରୀସମୂହ ଅଂଶଗ୍ରହଣ କରି କରିଥିଲେ । ବିଚାରକ ଭାବେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ଅଧ୍ୟାପକ ପ୍ରଶାନ୍ତ କୁମାର ରଉତ, ପଦ୍ମଭୁଷଣ ରାଉତରାୟ, ଅଧ୍ୟାପିକା ତାରିଣୀ ତନୟା ସର, ଡକ୍ଟର ଯାଜ୍ଞେଶ୍ଵରୀ ପଲେଇ, ଲିପ୍ସା ମିଶ୍ର, ପ୍ରମୁଖ ରହିଥିଲା ବେଳେ ଅଧ୍ୟାପକ ଅରୁଣ କୁମାର ମିଶ୍ର,

ଅଧ୍ୟାପିକା ରୋଜାଲିନା ମହାନ୍ତି ପ୍ରମୁଖ ସାମିଲ ହୋଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟକିରାଣୀ ପ୍ରଦୀପ କୁମାର ପରିଡା, ପ୍ରଶାନ୍ତ କୁମାର ପଲେଇ, ଦୁର୍ଗାବତୀ ସ୍ଵାଇଁ, ବିଚିତ୍ର ଦଳାଇ, ପ୍ରବିତ୍ରମୋନ ଜେନା, ପ୍ରଶାନ୍ତ କୁମାର ଦାସ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

No Result
View All Result