ବୋଲଗତ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଦଳ ତରଫରୁରବିବାର ଦିନ ବ୍ଲକସ୍ତରୀୟ ବିଜେପି ବନ୍ଧୁମିଳନ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ବିଜେପି କାର୍ଯ୍ୟକର୍ତ୍ତା ନିରଞ୍ଜନ କର ଓ ନିରଞ୍ଜନ ରଥ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ପିଚୁକୁଳିସ୍ଥିତ ମା ଡୁମୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଅଥିଭାବେ ନବନିର୍ବାଚି ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଦ୍ୟୁତ କାଣ୍ଡି ଓ ସମ୍ମାନିତ ଅତିଥିଭାବେ ଦୀପନ ବିଶ୍ୱାଳ, ବିନୋଦ ମହାରଣା, ଅଶୋକ ରାଉତ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ସଞ୍ଜୟ ବେହେରା, ସାଧାରଣ ସମ୍ପାଦକ ଅଜିତ ପଟ୍ଟନାୟକ, ସୁମନ୍ତ କୁମାର ପ୍ରଧାନ ଓ ନକୁଳ ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ ! ଏହି ବିଜେପି ବନ୍ଧୁମିଳନ ଓ ସlଗଠନିକ କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ !















