ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରବିବାର ଦିନ ଭୁବନେଶ୍ବର ବସୁଆଘାଇ କଲୋନୀ ର ବାସୁଦେବ ନଗର ବିକାଶ ପରିଷଦ ପକ୍ଷରୁ ନୂଆ ବର୍ଷ ଅବସରରେ ଏକ ଶୁଭେଚ୍ଛା ସମାରୋହ ତଥା ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସର ରେ ବାସୁଦେବ ନଗର ର ଛୋଟ ପିଲା ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାତ୍ରିଭୋଜନ ର ମଧ୍ୟ ଆୟୋଜନ କରାଯାଇଥିଲା ।
ତତ୍ ସହିତ ପିଲା ମାନଙ୍କର ନୃତ୍ୟ ପରିବେଷଣ ସମସ୍ତଙ୍କୁ ଭାବ ବିହ୍ଵଳିତ କରିଦେଇଥିଲା । ସୋସାଇଟି ର ଅଧକ୍ଷ ଗୟାଧର ବଳ ଙ୍କ ଅଧ୍ୟକ୍ଷତା ରେ ଉପାଧ୍ୟକ୍ଷ ମନୋଜ କୁମାର ପାଢ଼ୀ, ସଂପାଦକ ଲକ୍ଷ୍ମୀଧର ମୈତି , ବିଦ୍ୟାଧର ସାହୁ ଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମସ୍ତ ସଦସ୍ୟଙ୍କ ପରିବାର ବର୍ଗ ଙ୍କ ପ୍ରମୁଖ ଉପସ୍ଥିତିରେ ବାସୁଦେବ ନଗର ବିକାଶ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କଳାପ ଏବଂ ଭବିଷ୍ୟତରେ ଏକତାର ସହିତ ସବୁ ପ୍ରକାର ସାହାଯ୍ୟ ସହଯୋଗ ରେ ପରସ୍ପର ର ଭାଗୀଦାର ହେବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।














