ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଦୁଇ ଗୋଷ୍ଟି ଭିତରେ ମୁହାଁ ମୁହିଁ ହୋଇଛନ୍ତି । ସୂଚନା ଅନୁଯାଇ ଗାଇବା ଖ୍ରୀଷ୍ଟିଆନ ସାହି ରେ ନୂଆବର୍ଷ ପାଳନ ଅବସରରେ ଗତକାଲି ରାତିରେ ରେ ସାହିବାସିନ୍ଦା ଏକତ୍ର ହୋଇ ଭୋଜି କରିଥିଲେ l ଏହି ପ୍ରୀତି ଭଜନ ଚାଲିଥିବା ସମୟରେ କେତେକ କ୍ରିଷ୍ଟିଆନ ସାହିର କିଛି ଯୁବକ ମାନେ ଓ ଓଡ଼ିଆ ସାହିର ଯୁବକ ମାନଙ୍କ ମଧ୍ୟରେ ସାହି ଭିତରେ ଦ୍ରୁତ ଗତିରେ ଗାଡି ଚଳାଇବାକୁ ନେଇ ଉଭୟେ ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ ଯାହାଫଳରେ କିଛି ଯୁବକ ଆହତ ହୋଇଛନ୍ତି ।















