ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗଣପର୍ବ ପୌଷ ପୂର୍ଣ୍ଣିମା ଅବସରରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ଗାଁରେ ଶନିବାର ଛେର ଛେରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଗାଁରେ ପିଲା ମାନେ ଭୋର୍ ରୁ ଉଠି ଘର ଘର ଯାଇ ଛେ ଛେର ଛେରା ଡାକ ଛାଡୁଥିବାବେଳେ ଲୋକେ ଧାନ ପିଲାଙ୍କୁ ଦେଉଥୁବା ଦେଖାଯାଇଥିଲା ।

ପରମ୍ପରା ଅନୁସାରେ ପୌଷ ପୂର୍ଣ୍ଣିମା ହେଉଛି କୃଷି ଭିତ୍ତୀକ ବର୍ଷର ଶେଷ ଦିନ । ଏହି ଦିନ ଭଳିକି ଭଳି ପିଠା ପଣା, ମାଛ ମାଂସ ତରକାରୀ କରି ପରିବାର ଲୋକ ଖାଇବାର ପରମ୍ପରା ରହିଛି।ସେହିପରି ଛେର ଛେରା ଦେବା ବ୍ୟବସ୍ଥା ରହିଛି ।













