ମୁଁ ଜାଣିନି ବର୍ତ୍ତମାନ ଖବର ଯଦି ପଦାକୁ ଆସିଛି ମୋ ପେନସନରୁ ଟଙ୍କା ସରକାର କାଟି ଦିଅନ୍ତୁ ବୋଲି କହିଛନ୍ତି : ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ
ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୂର୍ବ ସରକାରଙ୍କ ୨୫ ବର୍ଷ ଶାସନ କାଳରେ ଏମିତି ଅନେକ ଦୁର୍ନୀତି ହୋଇଛି । ଯାହାକି ସରକାରୀ ବାବୁମାନଙ୍କ ବ୍ୟବସ୍ଥା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି । ଏଭଳି ଏକ ଦୁର୍ନୀତି ଚିତ୍ର ଗଜପତି ଜିଲା ମୋହନା ବ୍ଲକରେ ସାମ୍ନାକୁ ଆସିଛି । ମୋହନା ବ୍ଲକର ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ଉପଭୋଗ କରୁଥିବା ନଜରକୁ ଆସିଛି । ଗତ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଥିବା ନେଇ କିଭଳି କେହି ଜାଣି ପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନ୍ଦେହ ଘେରରେ ।
















