ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଜେଇସିଆର୍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୦ ତମ ସମ୍ମାନସୂଚକ ଡକ୍ଟରେଟ୍ ।















