ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଦିନକୁ ଦିନ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦ ବିକ୍ରି ବଢ଼ି ଚାଲିଛି l ଗ୍ରାମାଞ୍ଚଳରେ ଘରୋଇ ନିଶା ବେପାରୀ ମାନେ ଦେଶୀ ମଦ ବିକ୍ରି କରି ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ କରୁଛନ୍ତି l ଗ୍ରାମାଞ୍ଚଳରେ ନାବାଳକ ଯୁବକ ମାନେ ଘରୋଇ ନିଶା ବେପାରୀଙ୍କ ଠାରୁ ମଦ ପିଇ ଭବିଷ୍ୟତ ଅନ୍ଧାର ଘେରରେ ବିତୁଛି ଜୀବନ l ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମିତି ତ୍ରିପାଠୀ ନିର୍ଦ୍ଦେଶ କ୍ରମେ

ବାଲୁଗାଁ ଅବକାରୀ ବିଭାଗ ଅଜିତି କୁମାର ପାତ୍ର ନେତୃତ୍ୱରେ ଏବେ କଡ଼ାକଡ଼ି ଭାବରେ ପ୍ରେଟୋଲିଙ୍ଗ ଜାରି ରଖି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡ଼ା ଗ୍ରାମରୁ ରବୀନ୍ଦ୍ର ପରିଡ଼ା , ବାଲୁଗାଁ ବାଣପୁର ଗୋପୀନାଥ ଛକ ଅଞ୍ଚଳର ଗଣେଶ ପ୍ରଧାନ , ଦୁଇ ଅଭିଯୁକ୍ତ ଙ୍କ ଠାରୁ ୧୭ଲିଟର ଦେଶୀ ମଦ ଜବତ କରି ଗିରଫ କରିଛି ବାଲୁଗାଁ ଅଵକାରୀ ବିଭାଗ l

ଚୋରା ମଦ ବିକ୍ରି କଟକଣାକୁ ଆଗାମୀ ଦିନରେ ଚଡାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି l ସୋରଣ , ମାନସିଂହପୁର , ହାଟ ବରଢ଼ୀହ ,ନଈରି ,ବଉଳାବନ୍ଧ ଗ୍ରାମରେ ଚୋରା ମଦ ବିକ୍ରି ଉପରେ କେବେ ରୋକ ଲାଗିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।














