No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :-ବେଣୁଧର ବେହେରା ଥିଲେ ଜଣେ ଏକ ନିଷ୍ଟ କର୍ମଯୋଗୀ l କାଳିଆବୁଦା ବିଦ୍ୟାନିକେତନ ର ପ୍ରତିଷ୍ଠା ଓ ପ୍ରଗତି ପାଇଁ ସେ ଅହରହ ଚେଷ୍ଟିତ ଥିଲେ l ଜଣେ ଆଦର୍ଶ ଛାତ୍ର ଵସ୍ଚଳ, ସମୟାନୁ ବର୍ତ୍ତି ପ୍ରଧାନ ଶିକ୍ଷକ ଭାବେ କାଳିଆବୁଦା ବିଦ୍ୟାନିକେତନକୁ ରାଜ୍ୟରେ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଗଢ଼ିତୋଳିବାରେ ତାଙ୍କର ଭୂମିକା ଅନସ୍ଵୀ କାର୍ଯ୍ୟ ବୋଲି ବୁଧବାର ତାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l
ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଶିକ୍ଷକ ପ୍ରଶାନ୍ତ କୁମାର ଲେଙ୍କା l ମୁଖ୍ୟ ଅତିଥିତି ଭାବେ ଓସ୍ତାର ରାଜ୍ୟର ସମ୍ପାଦକ ରଞ୍ଜନ କୁମାର ଦାଶ, ମୁଖ୍ୟ ବକ୍ତାଭାବେ ସ୍ତମ୍ଭକାର ବୈକୁଣ୍ଠ ନାଥ ମିଶ୍ର, ବରେଣ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବିଇଓ ଶରତ କୁମାର ରାଉତରାୟ, ଓସ୍ତାର ଜିଲ୍ଲା ସଭାପତି ନାରାୟଣ ସାହୁ, ଓସ୍ତାର ଜିଲ୍ଲା ସମ୍ପାଦକ ନାରାୟଣ ବାରିକ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳିଙ୍ଗ କିଶୋର ଦାଶ, ଅତୁଲକୁମାର ପ୍ରଧାନ, ସିଆରସିସି ଧନଞ୍ଜୟ ମିଶ୍ର, ସରପଞ୍ଚ ସ୍ନେହପ୍ରଭା ପରିଜା, ସମିତି ସଭ୍ୟା କଳ୍ପନା ପଶାୟତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ କୁମାର ସାହୁ,ଉପଦେଷ୍ଟା ସମୀର କୁମାର ଜେନା l ପ୍ରଧାନ ଶିକ୍ଷକ ବେହେରାଙ୍କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ l ଧନ୍ୟବାଦ ଦେଲେ ପଣ୍ଡିତ ଉମେଶ ଚନ୍ଦ୍ର ମିଶ୍ର l

No Result
View All Result