ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ଜଳେଶ୍ୱର :- ବାଲେଶ୍ୱର ଜଳେଶ୍ୱର ସହର ର ସୁବର୍ଣରେଖା ଲଜ ଉପର ଚଢ଼ାଉ ସମୟରେ ଦୁଇ 2ମହିଳା ଙ୍କ ସହିତ 3ପୁରୁଷ ଗିରଫ ହେଇଥିଲେ I ତେବେ ସମ୍ପୃକ୍ତ ଘଟଣାରେ ସାମ୍ନା କୁ ଆସିଛି ଏକ ନୂଆ ମୋଡ଼ I ଗିରଫ ହେଇଥିବା 3ଯୁବକ ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଖାକି ପୋଷାକ ଧାରୀ କନେଷ୍ଟବଳI କନେଷ୍ଟବଳ ଜଣଙ୍କ ରେମୁଣା ଥାନାରେ କାର୍ଯ୍ୟ କରୁଛନ୍ତି I
ତେବେ ସେକ୍ସ ରାକେଟ ଚଢ଼ାଉ ବେଳେ କନେଷ୍ଟବଳ ରେଡ ହାଣ୍ଡ ରେ ଧରାପଡ଼ି ଗିରଫ ହେବା ଏବେ ଜଳେଶ୍ୱର ଅଞ୍ଚଳ ରେ ଜୋରଦାର ଚର୍ଚା ହେଉଛି I ସବୁଠି ଗୋଟିଏ କଥା ପୋଲିସ ବାନ୍ଧିଲା ପୋଲିସ କୁ l ଗିରଫ ହେଇଥିବା କନେଷ୍ଟବଳ ଙ୍କ ନାମ ସଞ୍ଜୟ ରାଉତ । ଦୀର୍ଘଦିନ ରୁ ଏହି ହୋଟେଲ ରେ ଏଭଳି କାମ ଚାଲୁଥିବା ବେଳେ ପୋଲିସ ର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଥିଲା I ଖବର ପାଇ ପୋଲିସ ଚଢ଼ାଉ କରିଥିବା ସମୟରେ ପୋଲିସ ବାବୁ ହିଁ ଗିରଫ ହେଇଛନ୍ତି I (ଦୀପ୍ତିମାନ ପତି /ବାଲେଶ୍ୱର )