ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିଶ୍ୱର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ୧୪0 ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଦଳୀୟ ଅରଟ ଚିହ୍ନିତ ପତାକା ସ୍ଥାନୀୟ ଛାୟାପଥ ଖେଳପଡିଆ ଥରେ ପୂର୍ବାହ୍ନ ୯ ଘଟିକା ବେଳେ ଦଳୀୟ କାର୍ଯ୍ୟକର୍ତ୍ତା ସେବାଦଳ କର୍ମୀ ମାନଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ l ମଧ୍ୟାହ୍ନ ରେ ଗଣିଆ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ସ୍ନାନ କରାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଥିଲା l

ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ୧୮୮୫ ଡିସେମ୍ବର ୨୮ ତାରିଖ ମୁମ୍ବାଇ ର ଗୋକୁଳଦାସ ତେଜପାଳ ସଂସ୍କୃତ ମହାବିଦ୍ୟାଳୟ ରେ କଂଗ୍ରେସ ଦଳ ସୃଷ୍ଟି ହୋଇ ୧୯୨0-୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଅସ୍ତ୍ରରେ ଇଂରେଜ ମାନଙ୍କ ଶାସନ ହଟାଇ ଭାରତବର୍ଷ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପାଇ ଆଜି ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି,















