No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ଼ ଜିଲ୍ଲାର ପ୍ରାୟ ୭୫ ହଜାର ବିଦ୍ୟୁତ ଗ୍ରାହକ ମାନଙ୍କ ଉପରେ ଟାଟା ପାୱାର କମ୍ପାନୀ ଅତିରିକ୍ତ ସିକ୍ୟୁରିଟି ଜମାରାଶି ଆଦାୟ ପାଇଁ ବିଜ୍ଞପ୍ତି ପ୍ରତ୍ୟାହାର କରିବା ଦାବିରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସଭାରେ ପିସିସି ସାଧାରଣ ସମ୍ପାଦକ ତଥା ନୟାଗଡ଼ ଡିସିସି ସଂଗଠନ ସହ ପ୍ରଭାରୀ ୟାଶୀର ନୱାଜ ଯୋଗଦେଇ ଟାଟା ପାୱାର ତମ ଗ୍ରାହକ ଶୋଷଣ ନୀତି ବନ୍ଦ କର ଏବଂ ଟାଟା ପାୱାରକୁ ବିଦା କର ନାରା ଦେଇ ଟାଟା ପାୱାର ମନମୁଖୀ କାର୍ଯ୍ୟକ୍ରମ ବିରୁଦ୍ଧରେ ନୟାଗଡ଼ ଜିଲ୍ଲା ବ୍ୟାପି ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଯିବ ବୋଲି କହିଥିଲେ l

ସ୍ଥାନୀୟ ଟାଟା ପାୱାର ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସାମ୍ନାରେ ଡିସିସି ପକ୍ଷରୁ ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଭାପତି ଶ୍ରୀ ଦାଶ ଟାଟା ପାୱାର ମନମାନି ପାଇଁ ଜିଲ୍ଲାର ଅଗଣିତ ବିଦ୍ୟୁତ ଗ୍ରାହକ ପ୍ରଭାବିତ ହେଉଥିବା ବେଳେ ମୁଖ୍ୟ ବିରୋଧି ବିଜେଡି ଏବଂ ଜିଲ୍ଲାର ଦୁଇ ବିଧାୟକ ଚୁପ ରହିବା ଅସଲ ଉଦ୍ଧେଶ୍ୟ ଟାଟା କମ୍ପାନୀ ସହ ବିଜେଡି ର ଭିତିରିଆ ସମ୍ପର୍କ ବୋଲି କହିଥିଲେ l ଟାଟା ପାୱାର କମ୍ପାନୀ ବିଜେଡି କୁ ଇଲେକ୍ଟୋରାଲ ବଣ୍ଡ ରେ କୋଟକୋଟି ଟଙ୍କା ଚାନ୍ଦା ଦେଇ ଥିବାରୁ ବିଜେଡି ଟାଟା ବିରୁଦ୍ଧରେ କହିବା ପାଇଁ ଭୟ କରୁଛି ବୋଲି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି l

ଏହି ବିକ୍ଷୋଭ ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ତ୍ରିପାଠୀ, ବରିଷ୍ଠ ନେତା ବିଶ୍ୱନାଥ ବରାଡ଼, ନକୁଳ ନାୟକ, ଫକୀର ଚରଣ ମଲ୍ଲ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଶାନ୍ତ, କବିରାଜ ବରାଡ଼, ହାଡିବନ୍ଧୁ ମହାପାତ୍ର ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ ବିଶୋଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଯୁବ ନେତା ପ୍ରହଲ୍ଲାଦ ବରାଡ଼,ଛାତ୍ର କଂଗ୍ରେସ ନେତା ଇମ୍ରାନ ଖାଁ,

ଅମ୍ଲାନ ଅଂଶୁମାନ ସାହୁ, ଜୀବନଜ୍ୟୋତି ରାଉତ, ଅରବିନ୍ଦ ପାଢ଼ୀ, ସେବାଦଳ କର୍ମୀ ନବକିଶୋର ସାଥୁଆ ପ୍ରମୁଖଙ୍କ ସହିତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଟାଟା ପାୱାର କର୍ମଚାରୀ ମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଜମାରାଶି ଆଦାୟ କୁ ପ୍ରତ୍ୟେକ ଗାଁ ରେ ଦୃଢ଼ ବିରୋଧ କରାଯିବା ପାଇଁ କଂଗ୍ରେସ ସଂଗଠନ କାର୍ଯ୍ୟ କରିବ ବୋଲ ଆମେ ଟାଟା ପାୱାରକୁ ଅତିରିକ୍ତ ସିକ୍ୟୁରିଟି ଜମାରାଶି ଦେବା ନାହିଁ, ଗ୍ରାହକ ଶୋଷଣ ବନ୍ଦ କର ଟାଟା ପାୱାରକୁ ବିଦା କର, ଟାଟା ପାୱାର ମନମୁଖୀ କାର୍ଯ୍ୟକ୍ରମ ବିରୁଦ୍ଧରେ ନୟାଗଡ଼ ଜିଲ୍ଲା ବ୍ୟାପି ବ୍ୟାପକ ଜନ ଜାଗରଣ ପାଇଁ କଂଗ୍ରେସ ସଂଗଠନ କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି l

No Result
View All Result