No Result
View All Result
ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଡ଼କୁମାରୀ ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ସଙ୍ଘ ସଭାପତି ତଥା ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଏ. ଆର.ଏସ.ଏସ କ୍ୟାମ୍ପ ପରିସରରେ ବରିଷ୍ଠ ନାଗରିକ ସଙ୍ଘ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ରଣପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ହେମନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଜସୁନାଖଳା ମହାବୀର ବରିଷ୍ଠ ନାଗରିକ ସଙ୍ଘର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ଓ ସମ୍ମାନିତ ଅତିଥିଭାବେ କାର୍ଯ୍ୟକାରୀ ସଭାପତି ତଥା ପ୍ରମୁଖ ବ୍ୟବସାୟୀ ଶିଶିର କୁମାର ସାହୁ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l

ଏହି କର୍ମଶାଳlରେ କାଉଁରୀ ପାଟଣା, ପାନନଗର, ସାନକୁମାରୀ, ବଡ଼କୁମାରୀ, କପାସିଆ, ବାଙ୍କୋଇ ପିଚୁକୁଳି ଗ୍ରାମର ୬୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ ! ବରିଷ୍ଠ ନାଗରିକ ମାନଙ୍କୁ ସମାଜର ଗଠନ ମୂଳକ କାର୍ଯ୍ୟରେ ସାମିଲ ହେବାକୁ ସଭାପତି ଅଧ୍ୟାପକ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ ! ବରିଷ୍ଠନାଗରିକମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ମୁଖ୍ୟଅତିଥି ତଥା ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ ସମସ୍ତଙ୍କୁ ସଚେତନତା କରାଇଥିଲେ l
ସାମ୍ପ୍ରତିକ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ପରିବାରର ପରିଭାଷା ପରିବର୍ତ୍ତନ ଯୋଗୁଁ ବଡ଼କୁମାରୀ ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ସଙ୍ଘ ସଭାପତି ତଥା ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ର ଉଦବେଗ ପ୍ରକାଶ କରିଥିଲେ! ଏହି ବରିଷ୍ଠ ନାଗରିକ ସଙ୍ଘ ଜୟକୃଷ୍ଣ ଭୁଜବଳ, ପ୍ରମୋଦ କୁମାର ପ୍ରଧାନ, ବସନ୍ତ କୁମାର ପୃଷ୍ଟି,
ବନମାଳୀ ଖଣ୍ଡାଇ, ପ୍ରାକ୍ତନ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିବା ସଙ୍ଗେସଙ୍ଗେ ସହଯୋଗ କରି ପରିଚାଳନା କରିଥିଲେ l ବରିଷ୍ଠ ସଦସ୍ୟା ମନୋରମ ସେନାପତିଙ୍କୁ ଉପସ୍ଥିତ ଅତିଥିମାନେ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ !ପରିଶେଷରେ ପ୍ରାକ୍ତନ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result