No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଆମ ଗାଁ ସାହିତ୍ୟ ସଂସ୍କୃତି ସଂସଦ ଓ ମାଟିର ବାସ୍ନା ସାହିତ୍ୟ ସଂସଦର ଆନୁକୂଲ୍ୟରେ ରଣପୁର ବ୍ଲକ ଅନ୍ତର୍ଗତ ଶଙ୍ଖମୂଳଠାରେ ସାହିତ୍ୟ ସଂସଦର ଆବାହକ ଗୋଦାବରୀଶ ଦାଶଙ୍କ ଆବାହକତ୍ୱରେ ଏକ ଭବ୍ୟ କବିତା ଆସର ଓ ଆମ ଗାଁ ସାହିତ୍ୟ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ଜ୍ୟୋତି ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ରଖେଲ ଚନ୍ଦ୍ର ମହାନ୍ତି ଓ ସମ୍ମାନିତ ଅତିଥିଭାବେ ସମ୍ପାଦିକା ସରସ୍ବତୀ ବାରିକ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାରଣା,

ସୋନପୁର ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ, ଶିକ୍ଷାବିତ ପ୍ରଭାତ କୁମାର ପ୍ରଧାନ, କବି ଅଜୟ କୁମାର ପ୍ରଧାନ, ନବ କିଶୋର ରାୟ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରି ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନେ କାର୍ଯ୍ୟକ୍ରମକୁ ସଫଳ ପରିଚାଳନାରେ ଅବଦାନ ରଖିଥିବା ସମାଜସେବୀ ଚନ୍ଦ୍ରକାନ୍ତ ବେହେରା ଓ ଶିକ୍ଷାବିତ ପ୍ରଭାତ କୁମାର ପ୍ରଧାନ, ଆକର୍ଷଣୀୟ କବିତା ପାଠ ପାଇଁ ରଣପୁର ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ତଥା ଯୁବ କବି ସୁଶୀଲ କୁମାର ରଣା,

କବି ଦଶରଥୀ ଦାଶ ପ୍ରମୁଖ କବିମାନଙ୍କୁ ମାନପତ୍ର ଓ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧତ କରିଥିଲେ l ନିଜ ଦକ୍ଷତା ବଳରେ ଡାକ୍ତରୀ ଶିକ୍ଷାରେ ସଫଳତା ଅର୍ଜନ କରିଥିବା ଅଙ୍କିତା ମିଶ୍ର, ମାନସ ରଞ୍ଜନ ବଳିୟାରସିଂହ, ରିତିକ ନରେନ୍ଦ୍ର ମହାପାତ୍ର, ପ୍ରାକ୍ତନ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତ, ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ ଜିଲ୍ଲା ଟପର ସୁଶ୍ରୀ ସାୟଂଶ୍ରୀ ଦାଶ, ଜାତୀୟ ସ୍ତରରେ ବକ୍ତୃତାରେ ସୁନାମ ଅର୍ଜନ କରିଥିବା ମନୀଷା ପତି ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରଣପୁର ବ୍ଲକ ଟପର ଆଦିତ୍ୟ ପ୍ରସାଦ ପତିଙ୍କୁ “ମଧୁସ୍ମିତା ମେଧା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।

ଏହି କବିତା ଆସରରେ କାର୍ଯ୍ୟକ୍ରମରେ ଭଦ୍ରକ, ରାଉରକେଲା, ମାଲକାନଗିରି, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରୁ ପ୍ରାୟ ୪୫ ଜଣ କବି–କବୟିତ୍ରୀ ଯୋଗଦେଇ ନିଜ ଆକର୍ଷଣୀୟ କବିତା ପାଠ କରି ସଭାକୁ ମନୋମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ “ଗାଁ ମହକ” ନାମକ ପତ୍ରିକା ଉନ୍ମୋଚନ କରାଯାଇଥିବା ସହ ସ୍ଥାନୀୟ କୃଷକ, କଳାକାର ଓ ସମାଜସେବୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କବି ଗୋଦାବରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result