No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ସମ୍ବର୍ଦ୍ଧନା ସମାରୋହ ଓ ବାର୍ଷିକ ବନ୍ଧୁମିଳନ ୨୦୨୫ ବିଭୂଦତ୍ତ ପ୍ରଧାନଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭାଗିରଥି ଷଡ଼ଙ୍ଗୀ ଓ ସମ୍ମାନିତଅତିଥି ଭାବରେ ଶିକ୍ଷକ ଜଗନ୍ନାଥ ସାହୁ, ସୋମନାଥ ପ୍ରଧାନ,ଗୋପୀ ନାଥ ଖାଡ଼ଙ୍ଗା, ମହେନ୍ଦ୍ର କର,

ନିତ୍ୟାନନ୍ଦ ପଣ୍ଡା , ଜଟାଧାରି ଚିନ୍ନରା, ଜଳଧର ମହାନ୍ତି ,ଶରତ କୁମାର ନାୟକ, ବଟକୃଷ୍ଣ ବେହେରା , ମହମ୍ମଦ ଜାହିରୁଦିନ ଖାଁ , ହରିହର ତ୍ରିପାଠୀ , ସ୍ୱର୍ଣାଲତା ପରିଡ଼ା ପ୍ରମୁଖ ଯୋଗଦେଇ ଜଗରନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କର ଏହାକୁ ଶୁଭ ଉଦଘାଟନ କରିଥିଲେ । ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀମାନେ ତରଫରୁ ସମସ୍ତ ଶିକ୍ଷା ଗୁରୁମାନଙ୍କୁ ଉତ୍ତରୀୟ, ଫୁଲତୋଡା ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଜ୍ବଳ ଭବିଷ୍ୟତ ସହିତ ପରିବାରର ମଙ୍ଗଳ କାମନା କରି ଆଶୀର୍ବାଦ ଦେଇ ଥିଲେ । ଏହି ଅବସରରେ ୩୫୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ବହୁ ବର୍ଷରୁ ଆଜି ଏକତ୍ରିତ ହୋଇ ଅତ୍ୟନ୍ତ ଉତ୍ସାହିତ,ଆନନ୍ଦିତ ଓ ଭାଇଚାରାର ସମ୍ପର୍କର ଏକତl ବଜାଇ ରଖିବାକୁ ମତାମତ ଦେଇଥିଲେ l

ଏବଂ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରି ସ୍କୁଲ ସମୟର ସେହି ପୁରୁଣା ସମୟକୁ ମନ ପକାଇ ଥିଲେ । ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ପ୍ରଭାକର ମିଶ୍ର ଓ ଅନାମିକା ପାଣିଗ୍ରାହୀ ମଞ୍ଚ ପରିଚାଳନା କରି ଥିଲେ ! ପରିଶେଷରେ ବୈଦ୍ୟନାଥ ପଟ୍ଟଯୋଶୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result