No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର) :- ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ଆନୁକୁଲ୍ୟରେ ରବିବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳିତ ହୋଇଛି । ଓଡ଼ିଶା କିସାନ କଂଗ୍ରେସ ଉପାଧ୍ୟକ୍ଷ ଶିବରାମ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ଶେରଗଡ଼ ବ୍ଲକ ସଭାପତି କୁନା ବିଷୋୟୀ, ହିଞ୍ଜିଳିକାଟୁ ଯୁବ ନେତା ପ୍ରଦୀପ କୁମାର ମହାରଣା, ଏନ୍.ଦିଲ୍ଲୀପ ପାତ୍ର,ଛାତ୍ର ନେତା ଆକାଶ ସେଠୀ, ଯୁବ ନେତା ଜଗନ୍ନାଥ ଗୌଡ,

ଯୁବନେତା ସୁନୀଲ ମହାନ୍ତି, ଛାତ୍ର ନେତା ସଞ୍ଜୟ ସ୍ଵାଇଁ ମନୋଜ କୁମାର ସ୍ବାଇଁ, ଶିଶିର ସାହୁ, ଟଙ୍କି ପଣ୍ଡା, ସତ୍ୟ ଡାକୁଆ, ମାଗି ବେହେରା, ରାମ ମହାରଣା ଓ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ସ୍ଥାନୀୟ ସହରର ବଇଞ୍ଚ ବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ କର୍ମୀ ମାନେ ଦଳୀୟ ପତାକା ସହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ
ପ୍ରତିକୃତୀରେ ନେତୃମଣ୍ଡଳୀ ଓ କର୍ମୀ ସମୁହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ନୂଆଁ ବୁରୁପଡ଼ା ସ୍ଥିତ ମା ଶ୍ୟାମଳାଇ ଶକ୍ତିପୀଠ ପରିସରରେ ଆଗାମୀ ଦିନରେ କଂଗ୍ରେସ ଦଳ ଓ କର୍ମୀକୁ କିପରି ତୃଣମୂଳ ସ୍ତରରୁ ସୁସଂଗଠିତ କରାଯାଇ ସାଙ୍ଗଠନିକ ଶକ୍ତି ବୃଦ୍ଧି ହେବ ସେ ପ୍ରସଙ୍ଗରେ ଦଳର ପୁରୁଖା ନେତାଙ୍କ ସହ ବିଚାର ବିମର୍ଶ କରା ଯାଇଥିଲା ।

No Result
View All Result