ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ରବିବାର) ବରଗଡ଼ :- ବରଗଡ଼ ଜିଲ୍ଲା ରାଇଶୋଭା ଗ୍ରାମ ଠାରେ ଏକ ରକ୍ତଦାନ ଶିବିର କୁ ରାଜ୍ୟ ସରକାର ଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ରାଇଶୋଭା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ର ଅନ୍ୟତମ ରକ୍ତ ସଂଗ୍ରହ ଅଭିଯାନ ର ସ୍ବେଚ୍ଛାସେବୀ ସଂଗଠନ ସଙ୍କଳ୍ପ ପରିବାର ଏବଂ ରାଇଶୋଭା ଗ୍ରାମ ର ଆଜାଦ୍ ହିନ୍ଦ୍ କ୍ଳବ୍ ଆୟୋଜନ କରିଥିଲେ । ବିଶ୍ବ ମହିମାରୀ କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମାନ ଆୟୋଜନ ହେଉଛି । ଆଜି ଏହି ଅଭିଯାନ ରେ ଆଜାଦ୍ ହିନ୍ଦ୍ କ୍ଳବ୍ ସାମିଲ ହୋଇଛି ।
ଏହି ଶିବିର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିରେ ଅନୁଷ୍ଠିତ ହୋଇଥିବା ବେଳେ ୫ ଜଣ ମହିଳା ଙ୍କ ସମେତ ୩୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଶିବିର କୁ ସଙ୍କଳ୍ପ ପରିବାର ର ସଭାପତି ରୋହିତ ଜସଓ୍ବ।ଲ, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ୍, ଶେଷ ଦେବ ପ୍ରଧାନ,
ବିକାଶ ଭୋଇ, ଆଜାଦ୍ ହିନ୍ଦ୍ କ୍ଳବ୍ ର ସଭାପତି ହିମାଂଶୁ ଦେହେରୀ, ସୁବ୍ରତ ଭୋଇ, ଶାନ୍ତନୁ ମେହେର,ହରେଶ ମେହେର ପରିଚାଳନା କରିଥିଲେ । ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀ ମାନଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା ।